fbpx
BSKY
BJD MC SKY
BJD YOUTH SKY

ଭାରତର ପରାଜୟକୁ ନେଇ ପୂର୍ବତନ କ୍ରିକେଟରଙ୍କ ବଡ଼ ବୟାନ: ‘କେଏଲ୍-ବିରାଟଙ୍କ ବ୍ୟତୀତ ଅନ୍ୟ କେହି…’

ନୂଆଦିଲ୍ଲୀ: ସେଞ୍ଚୁରିଅନରେ ଟିମ୍ ଇଣ୍ଡିଆର ଇନିଂସ ପରାଜୟକୁ ନେଇ ବଡ ବୟାନ ଦେଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଆକାଶ ଚୋପ୍ରା। କେଏଲ ରାହୁଲ ଓ ବିରାଟ କୋହଲିଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳି ଏହି ମ୍ୟାଚରେ ଭଲ ପ୍ରଦର୍ଶନ କରିନଥିବା ସେ କହିଛନ୍ତି। ଏଠାରେ ସେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ତ୍ରୁଟିକୁ ମଧ୍ୟ ପଦାରେ ପକାଇଛନ୍ତି।

ଆକାଶ ଚୋପ୍ରା କହିଛନ୍ତି, ଯେତେବେଳେ ମ୍ୟାଚ୍ ର ତୃତୀୟ ଦିନ ଆରମ୍ଭ ହୋଇଥିଲା, ମୁଁ ଭାବିଥିଲି ଟିମ୍ ଇଣ୍ଡିଆ ଏବେ ଫେରିବ। କିନ୍ତୁ ତାହା ହୋଇନଥିଲା। ଇନିଂସ ପରାଜୟ ବାସ୍ତବରେ ଲଜ୍ଜାଜନକ। ପ୍ରଥମ ଇନିଂସରେ କେଏଲ ରାହୁଲ ଓ ଦ୍ୱିତୀୟ ଇନିଂସରେ ବିରାଟ କୋହଲିଙ୍କ ବ୍ୟତୀତ ଅନ୍ୟ କୌଣସି ଭାରତୀୟ ଖେଳାଳି ପ୍ରଭାବିତ କରିପାରିନଥିଲେ।

ଆକାଶ କହିଛନ୍ତି, କେହି କଠିନ ବ୍ୟାଟିଂ କରିବାକୁ ସାହସ ମଧ୍ୟ କରିନଥିଲେ। କେହି ଶରୀରରେ ବଲ୍ ଖାଇବାକୁ ପ୍ରସ୍ତୁତ ନଥିଲେ କି କିଛି ସମୟ ପିଚ୍ ରେ ରହିବା କୁ କେହି ଚିନ୍ତା କରୁନଥିଲେ। ଉଭୟ ଇନିଂସରେ ରୋହିତ ଶର୍ମାଙ୍କୁ କାଗିସୋ ଆଉଟ୍ କରିଥିଲେ। ଯଶସ୍ୱୀ ଏବେ ବି ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାଠାରୁ ବହୁ ଦୂରରେ ଥିବା ଜଣାପଡିଛି । ଶ୍ରେୟସ ଏତେ ଭଲ ଦେଖାଯାଉନଥିଲେ। ଭାରତ ଏଠାରେ ୪ରୁ ୫ ଅଧିବେଶନ ବ୍ୟାଟିଂ କରିବା କଥା କିନ୍ତୁ ତାହା ହୋଇପାରିନଥିଲା।

Get real time updates directly on you device, subscribe now.