fbpx

ତୁମର ଇଗୋକୁ କିଟବ୍ୟାଗ ଭିତରେ ରଖ: ବିରାଟଙ୍କୁ ଏପରି କହିଲେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ: କେପ୍ ଟାଉନରେ ଦକ୍ଷିଣ ବିପକ୍ଷ ତୃତୀୟ ଟେଷ୍ଟରେ ଭାରତୀୟ ବ୍ୟାଟ୍ସମ୍ୟାମାନେ ଅତ୍ୟନ୍ତ ଦୟନୀୟ ପ୍ରଦର୍ଶନ କରିଛନ୍ତି । ଗତକାଲିର ପ୍ରଥମ ଦିବସରେ ଅଧିନାୟକ ବିରାଟ କୋହଲି ୭୯ ରନ ସଂଗ୍ରହ କରି ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିବା ବେଳେ ଦଳ ମାତ୍ର ୨୨୩ ରନରେ ହାତ ଟେକି ଦେଇଥିଲା । ଏହାକୁ ଅନେକ ପୂର୍ବତନ କ୍ରିକେଟର ଭାରତୀୟ ଖେଳାଳିଙ୍କୁ ସମାଲୋଚନା କରୁଥିବା ବେଳେ ସାବାସି ମିଳିଛି ବିରାଟଙ୍କୁ । ତେବେ କ୍ରମରେ ଯୋଡ଼ି ହୋଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ।

ଗମ୍ଭୀର କହିଛନ୍ତି ଯେ, ଗତକାଲି ଦକ୍ଷିଣ ଆଫ୍ରିକାର ଫାଷ୍ଟର ବୋଲର ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଉପରେ ପ୍ରଧାନ୍ୟ ବିସ୍ତାର କରିଚାଲିଥିବା ବେଳେ ଏକା ବିରାଟ ଦିବାର ପରି ଛିଡ଼ା ହୋଇଥିଲେ । ଏସବୁ ସମ୍ଭବ ହୋଇଛି ବିରାଟଙ୍କ ଇଗୋ ପାଇଁ । ଯଦି ବିରାଟ ଖେଳିବା ସମୟରେ ନିଜର ଇଗୋକୁ ବ୍ୟାଗ ଭିତରେ ରଖିବେ, ତେବେ ସେ ଉଚ୍ଚକୋଟୀର ପ୍ରଦର୍ଶନ କରିପାରିବେ । ଇଂଲଣ୍ଡରେ ଅଧିକ ରନ ସଂଗ୍ରହ କରିବାକୁ ହେଲେ ନିଜର ଇଗୋକୁ ସାଇଡରେ ରଖିବାକୁ ପଡ଼ିବ ବୋଲି ନିଜେ ବିରାଟ ପୂର୍ବରୁ କହିସାରିଛନ୍ତି । ଗତକାଲି ବିରାଟ ଇଗୋକୁ କିଟବ୍ୟାଗରେ ବନ୍ଦ କରି ରଖିବା ଫଳରେ ଶାନଦାର ପାଳି ଖେଳିପାରିଥିଲେ । ସାଧାରଣତଃ ପିଚର ବାହାରେ ଯାଉଥିବା ବଲକୁ ବିରାଟ ଜମାରୁ ଛାଡ଼ନ୍ତି ନାହିଁ । ଗତକାଲି ବିରାଟ ପ୍ରତ୍ୟେକ ବଲକୁ ଖେଳିବାକୁ ପ୍ରୟାସ କରିନଥିଲେ କି ବୋଲଙ୍କ ଉପରେ ଆକ୍ରମଣାତ୍ମକ ଭଙ୍ଗୀରେ ପ୍ରାଧାନ୍ୟ ବିସ୍ତାର କରିବାକୁ ଚେଷ୍ଟା କରିନଥିଲେ । ମୟଙ୍କ ଅଗ୍ରୱାଲ, କେଏଲ ରାହୁଲଙ୍କ ଆଉଟ ପରେ ବିରାଟ ଟିମ୍ ଇଣ୍ଡିଆର ବ୍ୟାଟିଂ ମେରୁଦଣ୍ଡକୁ ସମ୍ଭାଳିଥିଲେ । ଗତକାଲି ବିରାଟ ୭୯ ରନ ସଂଗ୍ରହ କରିଥିବା ବେଳେ ୨୦୧ଟି ବଲ ଖେଳିଥିଲେ । ପିଚକୁ ଆସିବା ପରେ ପ୍ରଥମ ୧୫ଟି ବଲରେ କୌଣସି ରନ ସଂଗ୍ରହ କରିନଥିଲେ ଓ ବାହାର ବଲକୁ ଖେଳିନଥିଲେ । ବିଗତ କିଛି ମ୍ୟାଚରେ ସେ ଏପରି ବଲ୍ ଖେଳି ଆଉଟ୍ ହେଉଥିବାରୁ ସେ ଗତକାଲି ଉକ୍ତ ତ୍ରୁଟିକୁ ସଂଶୋଧନ କରିଥିଲେ ।

Get real time updates directly on you device, subscribe now.