fbpx

(ଭିଡ଼ିଓ)ସମସ୍ତଙ୍କୁ ହେବ ଓମିକ୍ରନ, ଏହାକୁ ରୋକିପାରିବନି ବୁଷ୍ଟର ଡୋଜ୍-ମେଡିକାଲ ବିଶେଷଜ୍ଞଙ୍କ ଦାବି

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ସହିତ ଓମିକ୍ରନ ମାମଲା ମଧ୍ୟ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଏକ ଜଣେ ଟପ୍ ମେଡିକାଲ ବିଶେଷଜ୍ଞ ଓମିକ୍ରନକୁ ନେଇ ଚେତାବନୀ ଦେଇଛନ୍ତି । ତାଙ୍କ କହିବା ମୁତାବକ, ଓମିକ୍ରନ ଭାରିଆଣ୍ଟକୁ ରୋକାଯାଇ ପାରିବ ନାହିଁ । ପ୍ରାୟତଃ ସମସ୍ତ ଲୋକେ ଏଥିରେ ସଂକ୍ରମିତ ହେବେ । ଏହା ସହ କରୋନା ଭ୍ୟାକ୍ସିନର ବୁଷ୍ଟର ଡୋଜ୍ ବି ଏହା ଉପରେ କିଛି କାମ କରିବ ନାହିଁ । ବୁଷ୍ଟର ଡୋଜ୍ ଓମିକ୍ରନକୁ ଅଟକାଇ ପାରିବ ନାହିଁ । ଓମିକ୍ରନ ଥଣ୍ଡା-ଜ୍ୱରର ଲକ୍ଷଣ ଭାବେ ସାମ୍ନାକୁ ଆସୁଛି ବୋଲି ସେ କହିଛନ୍ତି ।

ବୈଜ୍ଞାନିକ ପରାମର୍ଶଦାତା କମିଟିର ସଗାପତି ଜୟପ୍ରକାଶ ମୁଲିୟଲ ଓମିକ୍ରନ ସଂକ୍ରମଣକୁ ନେଇ ଅନେକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି । ସେ ଜୋର ଦେଇ କହିଛନ୍ତି ଯେ, ଏବେ କୋଭିଡ ଆଉ ଭୟଙ୍କର ରୋଗ ହୋଇନାହିଁ, କାରଣ ଏହାର ନୂଆ ଷ୍ଟ୍ରେନ୍ ବହୁତ ହାଲୁକା । ଏହାଦ୍ୱାରା ଡାକ୍ତରଖାନାରେ ଭର୍ତ୍ତି ହେବାର ସମ୍ଭାବନା ମଧ୍ୟ କମିଯାଇଛି ।’ ତାଙ୍କ କହିବା ମୁତାବକ, ‘ଓମିକ୍ରନ ଏପରି ଏକ ରୋଗ, ଯାହାକୁ ଆମେ ସାମ୍ନା କରିପାରିବା । ଅନେକ ଲୋକଙ୍କୁ ଜଣା ନାହିଁ କି, ସେମାନେ କେବେ ଓମିକ୍ରନରେ ସଂକ୍ରମିତ ହୋଇ ସୁସ୍ଥ ବି ହୋଇସାରିଛନ୍ତି ।’

Get real time updates directly on you device, subscribe now.