fbpx

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କୁ ହେଲା କରୋନା

ଚଣ୍ଡିଗଡ଼: ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ରାଜନୀତି କ୍ଷେତ୍ରରେ ଅନେକ ନେତା ଓ ମନ୍ତ୍ରୀମାନେ ଏହାର ଶିକାର ହେଉଛନ୍ତି । ପଞ୍ଜାବ ନିର୍ବାଚନର ଏକ ମାସ ପୂର୍ବରୁ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । କ୍ୟାପଟେନ୍ ଅମରିନ୍ଦର ସିଂ ନିଜେ ଟ୍ୱିଟ୍ କରି ଏହାର ସୂଚନା ଦେଇଛନ୍ତି । ସେ ଟ୍ୱିଟରେ ଲେଖିଛନ୍ତି ଯେ, ‘ ହାଲୁକା ଲକ୍ଷଣ ସହିତ ମୋ ରିପୋର୍ଟ କରୋନା ପଜିଟିଭ ଆସିଛି । ମୁଁ ନିଜକୁ ଆଇସୋଲେଟରେ ରଖିଛି । ମୋ ସମ୍ପର୍କରେ ଆସିଥିବା ଲୋକେ ନିଜର ଟେଷ୍ଟ କରାଇବାକୁ ମୁଁ ଅନୁରୋଧ କରୁଛି ।’

ତେବେ ଏହା ପୂର୍ବରୁ ଦେଶର ଅନେକ ବରିଷ୍ଠ ରାଜନେତା ଏହାର କବଜାକୁ ଆସିଛନ୍ତି । ଏଥିରେ ବିଜେପିର ବରିଷ୍ଠ ନେତା ରାଜନାଥ ସିଂ ଓ ନିତିନ୍ ଗଡ଼କରୀ ସମେତ ଜେପି ନଡ୍ଡା ବି ସାମିଲ ଅଛନ୍ତି । ଏହା ବ୍ୟତୀତ ଅନେକ ବଲିଉଡ କଳାକାର ବି ଗତକିଛି ଦିନ ମଧ୍ୟରେ କରୋନା ପଜିଟିଭ ହୋଇଛନ୍ତି । ତାଜା ଖବର ମୁତାବକ, ଲତା ମଙ୍ଗେସକର ବି କରୋନା ପଜିଟିଭ ହୋଇଛନ୍ତି ।

Get real time updates directly on you device, subscribe now.