fbpx

ଲତା ମଙ୍ଗେସକରଙ୍କୁ କରୋନା ସହ ହୋଇଛି ନିମୋନିଆ, ଜାଣନ୍ତୁ କିପରି ରହିଛି ସ୍ୱାସ୍ଥ୍ୟାବସ୍ଥା

ନୂଆଦିଲ୍ଲୀ: ସୁର ସମ୍ରାଜ୍ଞୀ ଲତା ମଙ୍ଗେସକର କରୋନା ସଂକ୍ରମିତ ହେବା ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ୯୨ ବର୍ଷୀୟା ଲତା ମଙ୍ଗେସକର ଡାକ୍ତରଙ୍କ ତତ୍ତ୍ୱାବଧାନରେ ଅଛନ୍ତି । ଲତା ଦିଦି ଖୁବଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ପ୍ରଶଂସକମାନେ ପ୍ରାର୍ଥନା କରୁଛନ୍ତି । ତେବେ ଲତା ଦିଦିଙ୍କ ସ୍ୱାସ୍ଥ୍ୟାବସ୍ଥା ପୂର୍ବ ଅପେକ୍ଷା ଭଲ ଅଛି ଓ ସେ ସୁସ୍ଥ ହେବାରେ ଲାଗିଛନ୍ତି ବୋଲି ଭାଣଜୀ ରଚନା ସୂଚନା ଦେଇଛନ୍ତି ।

ରଚନାଙ୍କ କହିବା ମୁତାବକ, ‘ଦିଦିଙ୍କ ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିଛି । ଭଗବାନ୍ ବହୁତ ଦୟାଳୁ । ଲତା ଦିଦି ଜଣେ ଫାଇଟର ସହିତ ବିଜେତା ଅଟନ୍ତି । ଦେଶର ସମସ୍ତ ପ୍ରଶଂସକଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି, ଯେଉଁମାନେ ତାଙ୍କପାଇଁ ପ୍ରାର୍ଥନା କରୁଛନ୍ତି । ପ୍ରାର୍ଥନା ସାମ୍ନାରେ କିଛି ବି ଭୁଲ ହୋଇ ପାରିବ ନାହିଁ ।’

ତେବେ ଲତା ମଙ୍ଗେସକର ସୁସ୍ଥ ହେବାରେ ଲାଗିଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ତାଙ୍କ ପରିବାରକୁ ଭେଟିବାକୁ ଅନୁମତି ମିଳିନାହିଁ । ଲତା ମଙ୍ଗେସକରଙ୍କ ଚିକିତ୍ସା କରୁଥିବା ଡାକ୍ତର ଆଜି ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ସୂଚନା ଦେଇଛନ୍ତି । ଡାକ୍ତର ପ୍ରତୀତ ସମଧନୀ କହିଛନ୍ତି ଯେ, ‘ଲତା ମଙ୍ଗେସକର ଏବେ ଆଇସିୟୁରେ ହିଁ ରହିବେ । ଆଗାମୀ ୧୦-୧୨ ଦିନ ତାଙ୍କ ଉପରେ ନଜର ରଖାଯିବ । ଗାୟିକା କରୋନା ସହିତ ନିମୋନିଆରେ ବି ପୀଡିତ ଅଛନ୍ତି ।

Get real time updates directly on you device, subscribe now.