fbpx

ବିଜେପିରେ ଯୋଗ ଦେଲେ କୋଲକାତା ହାଇକୋର୍ଟର ପୂର୍ବତନ ବିଚାରପତି ଅଭିଜିତ ଗଙ୍ଗୋପାଧ୍ୟାୟ

କୋଲକାତା: କୋଲକାତା ହାଇକୋର୍ଟର ପୂର୍ବତନ ବିଚାରପତି ଅଭିଜିତ ଗଙ୍ଗୋପାଧ୍ୟାୟ ବିଜେପିରେ ଯୋଗ ଦେଇଛନ୍ତି । ଜଷ୍ଟିସ ଗଙ୍ଗୋପାଧ୍ୟାଙ୍କ ସହ ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ସୁକାନ୍ତ ମଜୁମଦାର, ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀଦଳ ନେତା ସୁବେନ୍ଦୁ ଅଧିକାରୀ ଓ ଅନ୍ୟ ନେତାଙ୍କ ଉପସ୍ଥିିତିରେ ସେ ଆଜି ବିଜେପିରେ ଯୋଗ ଦେଇଛନ୍ତି । ମାର୍ଚ୍ଚ ୫ ତାରିଖରେ ବିଚାରପତି ପଦରୁ ଇସ୍ତଫା ଦେଇଥିଲେ ଜଷ୍ଟିସ ଗଙ୍ଗୋପାଧ୍ୟାୟ  ।  ସେ ଚଳିତ ବର୍ଷ ଅଗଷ୍ଟ ମାସରେ ଅବସର ନେବାର ଥିଲା, ମାତ୍ର ତା ପୂର୍ବରୁ ସେ ସ୍ୱେଚ୍ଛାକୃତ ଅବସର ନେଇଥିଲେ । ଅନେକ ରାୟରେ ଶାସକ ତୃଣମୂଳ କଂଗ୍ରେସ ଏବଂ ଏହାର ସରକାରଙ୍କ ବିରୋଧରେ କଠୋର ମନ୍ତବ୍ୟ ଦେଇ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି ।

ମାର୍ଚ୍ଚ ୫ରେ କୋଲକାତା ହାଇକୋର୍ଟର ପୂର୍ବତନ ବିଚାରପତି ଅଭିଜିତ ଗଙ୍ଗୋପାଧ୍ୟାୟ ଇସ୍ତଫା ଦେଲା ପରେ କହିଥିଲେ, ‘ମୁଁ କେବେ ବି ବିଚାରପତି ଭାବରେ ରାଜନୈତିକ ନିଷ୍ପତ୍ତି ଶୁଣାଇ ନାହିଁ ଯାହା ରାଜନୈତିକ ଦୃଷ୍ଟିରୁ ପକ୍ଷପାତକୁ ଦର୍ଶାଉଥିବା । ମୁଁ ସବୁବେଳେ ମୋ ସାମ୍ନାରେ ଉପସ୍ଥାପିତ କରାଯାଇଥିବା ତଥ୍ୟ ଆଧାରରେ ନିଷ୍ପତ୍ତି ଶୁଣାଇଛି ଏବଂ ଆଦେଶ ପାରିତ କରିଛି ।’ ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି କୌଣସି ଦୁର୍ନୀତି ସହ ଜଡ଼ିତ ମାମଲା ବିଚାରପତି ସାମ୍ନାରେ ଆସିଥାଏ ତେବେ ସେ ସବୁବେଳେ ଉଚିତ ଏଜେନ୍ସି ଦ୍ୱାରା ଯାଞ୍ଚ କରିବା ପାଇଁ ଚେଷ୍ଟା କରିଥାଏ । ମୁଁ ବି ତାହା ହିଁ କରିଛି ।

 

Get real time updates directly on you device, subscribe now.