fbpx

ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂ

ନୂଆଦିଲ୍ଲୀ,୨୭ ।୯: ପୂର୍ବ କେନ୍ଦ୍ରମନ୍ତ୍ରୀ ଓ ବିଜେପିର ଦିଗଜ୍ଜ ନେତା ଯଶୱନ୍ତ ସିଂଙ୍କର ପରଲୋକ ଘଟିଛି । ୮୨ ବର୍ଷ ବୟସରେ ସବୁଦିନ ପାଇଁ ଆଖି ବୁଜିଛନ୍ତି ଯଶୱନ୍ତ । ତାଙ୍କର ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଦେଶ ପାଇଁ ନିଷ୍ଠାପର ଭାବେ ଯଶୱନ୍ତ କାମ କରିଥିଲେ ବୋଲି ମୋଦୀ କହିଛନ୍ତି । ଅନ୍ୟପଟେ ଦେଶପାଇଁ ତାଙ୍କାର ଅବଦାନ ଚିର ସ୍ମରଣୀୟ ରହିବ ବୋଲି ରାଜନାଥ ସିଂ କହିଛନ୍ତି ।


ତେବେ ଯଶୱନ୍ତ ସିଂ ପ୍ରତିରକ୍ଷା, ବୈଦେଶିକ ଓ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ରାଜ୍ୟସଭାରୁ ୫ ଓ ଲୋକସଭାରୁ ୪ ଥର ନିର୍ବାଚିତ ହୋଇଥିଲେ ।

Get real time updates directly on you device, subscribe now.