fbpx
BSKY
BJD SHG SKY
BJD YOUTH SKY

ବିଜେଡି ଛାଡି ବିଜେପିରେ ମିଶିଲେ ପୂର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗ

ଗୁଣପୁର: ନିର୍ବାଚନକୁ ଆଖି ଆଗରେ ରଖି ବିଭିନ୍ନ ଦଳର ନେତା ଏବେ ଦଳ ଅଦଳବଦଳ କରିବାରେ ଲାଗିଛନ୍ତି। ବିଶେଷକରି ଗୋଟିଏ ପରେ ଗୋଟିଏ ବିଜେଡି ନେତା ଏବେ ଦଳ ଛାଡି ବିଜେପି ମୁହାଁ ହୋଇଛନ୍ତି। ଏହି କ୍ରମରେ ଆଜି ବିଜେପିରେ ସାମିଲ ହୋଇଛନ୍ତି ବିଜେଡ଼ି ନେତା ତଥା ପୂର୍ବତନ ଗୁଣୁପୁର ବିଧାୟକ ତ୍ରିନାଥ ଗମାଙ୍ଗ। ନିଜର ସମର୍ଥକ ମାନଙ୍କ ସହ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ଆଜି ଦଳରେ ଯୋଗ ଦେଇଛନ୍ତି। ଏହାସହ ଯାଜପୁର ଅଞ୍ଚଳର ଯୁବ ସମାଜସେବୀ ଦୀପ୍ତି ରଞ୍ଜନ ମହାରଣା ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। ତେବେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଉଭୟ ବିଜେପିରେ ଯୋଗ ଦେଇଛନ୍ତି।

ସୂଚନା ଥାଉକି, ଆସନ୍ତାକାଲି ଘୋଷଣା ହେବ ସାଧାରଣ ନିର୍ବାଚନ ତାରିଖ। କାଲି ଅପରାହ୍ନ ୩ଟାରେ ମୁଖ୍ୟ ନିର୍ବାଚନ କମିଶନର ତାରିଖ ଘୋଷଣା କରିବେ। ଏନେଇ ସାମ୍ବାଦିକ ସମ୍ମିଳନୀ ଘୋଷଣା କରାଯାଇଛି। ତେବେ ଆସନ୍ତାକାଲି ଏଥିରେ ଓଡ଼ିଶାର ବିଧାନସଭା ସହ ଲୋକସଭା ନିର୍ବାଚନ ତାରିଖ ଘୋଷଣା କରାଯିବ। ଯଦି, କାଲି ନିର୍ବାଚନ ତାରିଖ ଘୋଷଣା କରାଯାଏ ତାହେଲେ କାଲିଠୁ ଲାଗୁ ହୋଇଯିବ ନିର୍ବାଚନୀ ଆଚରଣ ବିଧି। ଯାହାକୁ ନେଇ ଏବେ ରାଜନୀତି ମହଲ ବେଶ ସରଗରମ ହୋଇ ଉଠିଛି।

 

Get real time updates directly on you device, subscribe now.