fbpx
BJD SKY
BJD SKY

ଏକ ତରଫା ପ୍ରେମ: ଯୁବତୀ ରାଜି ନ ହେବାରୁ ପ୍ରେମିକ ଲଗାଇଦେଲା ସଂକ୍ରମିତ ଇଞ୍ଜେକସନ

BJD

ଇନ୍ଦୋର: ମଧ୍ୟପ୍ରଦେଶ ଇନ୍ଦୋର ଜିଲ୍ଲାରୁ ଏକତରଫା ପ୍ରେମକୁ ନେଇ ଏକ ଭୟଙ୍କର ମାମଲା ସାମ୍ନାକୁ ଆସିଛି । ଏଠାରେ ସରାଫା ଥାନା ଅଞ୍ଚଳର ଦୁଇ ଯୁବକ ଜଣେ ଯୁବତୀଙ୍କୁ ସଂକ୍ରମିତ ଇଞ୍ଜେକସନ ଲଗାଇବାକୁ ଚେଷ୍ଟା କରିଛନ୍ତି । ଅଭିଯୁକ୍ତଙ୍କ ନାମ କିଶୋର ଓ ସଂଜୟ । ଦୁଇ ଅଭିଯୁକ୍ତ ଜଣେ ସଂକ୍ରମିତ ଭିକାରୀର ରକ୍ତ ଆଣି ଜଣେ ଯୁବତୀଙ୍କୁ ଦେବାକୁ ଚେଷ୍ଟା କରୁଥିଲେ । ଏମାନଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ କହିଛି କି ସେ ଯୁବତୀଙ୍କୁ ପ୍ରେମ କରୁଥିଲା କିନ୍ତୁ ସେ ତା ପ୍ରେମକୁ ଅସ୍ୱୀକାର କରିବାରୁ ସେ ଏପରି କରିଛି ।

ତେବେ ଏହି ଦୁଇ ଯୁବକ ଯୁବତୀଙ୍କୁ ମାର୍କେଟ୍ ମଧ୍ୟରେ ଇଞ୍ଜେକସନ ଲଗାଇବାକୁ ଚେଷ୍ଟା କରିଥିଲେ । ଏହି ମାମଲାରେ ପୋଲିସ ଯୁବତୀଙ୍କ ଅଭିଯୋଗ ଆଧାରରେ ଦୁଇ ଯୁବକଙ୍କୁ ଗିରଫ କରିଛି । ଏହି ଯୁବକଙ୍କ ପାଖରୁ ଏକ ଇଞ୍ଜେକସନ ଓ ଏଥିରେ କିଛି ରକ୍ତ ପରି ଦ୍ରବ୍ୟ ଜବତ କରାଯାଇଛି । ପୋଲିସ ଏହାକୁ ଯାଞ୍ଚ ପାଇଁ ଲ୍ୟାବ ପଠାଇଛି ।

Get real time updates directly on you device, subscribe now.