fbpx
BJD
BJD SKY
BJD SKY

ବିଆରଏସ ନେତ୍ରୀ କବିତା ଗିରଫ: ଦିଲ୍ଲୀ ମଦ ଘୋଟାଲା ମାମଲାରେ ଇଡିର ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ଝିଅ କବିତା ଗିରଫ ହୋଇଛନ୍ତି । ଦିଲ୍ଲୀ ମଦ ଘୋଟାଲା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଦିଲ୍ଲୀ ମଦ ଘୋଟାଲା ମାମଲାରେ ସିବିଆଇ ଓ ଇଡି ପକ୍ଷରୁ ବର୍ତ୍ତମାନ ସୁଦ୍ଧା ବହୁ ବଡ଼ ବଡ଼ ରାଜନେତାଙ୍କୁ ଜେରା କରାଯାଇଛି । ଯାଞ୍ଚ ଏଜେନ୍ସ ପକ୍ଷରୁ କବିତାଙ୍କୁ ହାଇଦ୍ରାବାଦରୁ ଗିରଫ କରାଯାଇଥିବା ଜଣାପଡ଼ିଛି ।

ଦିଲ୍ଲୀ ମଦ ନୀତି ମାମଲା ସହ ଜଡ଼ିତ ବେଆଇନ ଅର୍ଥ କାରବାରକୁ ନେଇ ଭାରତ ରାଷ୍ଟ୍ର ସମିତି (ବିଆରଏସ)ର ଏମଏଲସି କବିତାଙ୍କ ହାଇଦ୍ରାବାଦ ସ୍ଥିତ ବାସଭବନରେ ଇଡି ପକ୍ଷରୁ ତଲାସୀ ଅଭିଯାନ ଚାଲିଥିଲା । ତେଣୁ ତାଙ୍କୁ ଗିରଫ କରାଯାଇପାରେ ବୋଲି ଆଶଙ୍କା କରାଯାଉଥିଲା । ପୂର୍ବରୁ ଇଡି ପକ୍ଷରୁ ଦୁଇଥର ସମାନ ଜାରି କରାଯାଇଥିଲେ ହେଁ କବିତା ହାଜର ହୋଇନଥଲେ । ଏହାପରେ ଇଡି ପକ୍ଷରୁ କବିତାଙ୍କ ଉପରେ ଆକ୍ସନ ନିଆଯାଇଛି ।

ଦିଲ୍ଲୀ ମଦ ନୀତି ମାମଲାର ଅନ୍ୟତମ ଅଭିଯୁକ୍ତ ଅମିତ ଅରୋଡ଼ଙ୍କୁ ପଚରାଉଚରା କରାଯିବା ସମୟରେ ସେ କବିତାଙ୍କ ନାମ ନେଇଥିଲେ । ଏହାପରେ କବିତାଙ୍କୁ ଇଡି ପକ୍ଷରୁ ପଚରାଉଚରା ପାଇଁ ସମନ୍ ଜାରି କରାଯାଇଥିଲା । ସାଉଥ ଗ୍ରୁପ ନାମକ ଏକ ସଂସ୍ଥା ବିଜୟ ନାୟର ନାମକ ଜଣେ ଅଭିଯୁକ୍ତଙ୍କ ଜରିଆରେ ଆମ ଆଦମୀ ପାର୍ଟି (ଆପ)ର ଅନେକ ନେତାଙ୍କୁ ୧୦୦ କୋଟି ଟଙ୍କା ପ୍ରଦାନ କରିଥିବା ଇଡି ପକ୍ଷରୁ ଅଭିଯୋଗ ହୋଇଥିଲା ।

Get real time updates directly on you device, subscribe now.