fbpx

୫୮୬ ଗ୍ରାଜୁଏଟ୍ ପ୍ରାର୍ଥୀଙ୍କୁ ବିଭିନ୍ନ ପଦରେ ନିଯୁକ୍ତି ଦେବେ ରାଜ୍ୟ ସରକାର: ଗ୍ରୁପ-ବି ଓ ଗ୍ରୁପ-ସି ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମସ୍ତ ଗ୍ରାଜୁଏଟ ଶିକ୍ଷାଗତ ଯୋଗ୍ୟତାଧାରୀଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । ୫୮୬ ଜଣ ଗ୍ରାଜୁଏଟ ପ୍ରାର୍ଥୀଙ୍କୁ ରାଜ୍ୟ ସରକାରଙ୍କ ୮ଟି ବିଭାଗରେ ଗ୍ରୁପ-ବି ଓ ଗ୍ରୁପ-ସି ପଦରେ ନିଯୁକ୍ତି ଦିଆଯିବ । ଏଣ୍ଡୋମେଣ୍ଟ ଇନ୍ସପେକ୍ଟର, ଆସିଷ୍ଟାଣ୍ଟ ସିଟି ଆଣ୍ଡ ଜିଏସଟି ଅଫିସର, ଅଡିଟର, କୋଅପରେଟିଭ୍ ସୋସାଇଟିଜ୍ ଇନ୍ସପେକ୍ଟର, ଜୁନିୟର ଆସିଷ୍ଟାଣ୍ଟ, ଆଦି ପଦରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ଏନେଇ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏପ୍ରିଲ ମାସ ୫ ତାରିଖରୁ ଏଥିପାଇଁ ଅନଲାଇନ୍ ରେଜିଷ୍ଟ୍ରେସନ ଆରମ୍ଭ ହୋଇ ମେ’ ୨ରେ ସମାପ୍ତ ହେବ । ମେ ୫ ଅନଲାଇନ୍ ଆପ୍ଲିକେସନ ସବମିସନର ଅନ୍ତିମ ତାରିଖ ରହିଥିବା ବେଳେ ମେ ୧୭ ଅନଲାଇନ୍ ଆପ୍ଲିକେସନ ସଂଶୋଧନର ଅନ୍ତିମ ତାରିଖ ରହିଛି । ରାଜ୍ୟ ସରକାରଙ୍କର ଏଣ୍ଡୋମେଣ୍ଟ କମିଶନର, ସିଟି ଆଣ୍ଡ ଜିଏସଟି କମିଶନର, ମତ୍ସ୍ୟ ନିର୍ଦ୍ଦେଶାଳୟ, ଜଳ ସମ୍ପଦ ବିଭାଗରେ ପଦ ପୂରଣ ହେବ ।

ଅଣସଂରକ୍ଷିତ, ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ବର୍ଗ (ଏସଇବିସି), ଅନୁସୂଚିତ ଜାତି (ଏସସି) ଓ ଅନୁସୂଚିତ ଜନଜାତି (ଏସଟି) ବର୍ଗର ପ୍ରାର୍ଥୀଙ୍କ ପାଇଁ ପଦ ସଂରକ୍ଷିତ ରହିଛି । ମୋଟ ୫୮୬ଟି ପଦ ମଧ୍ୟରୁ ୧୯୪ଟି ମହିଳା ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଛି । ଚଳିତ ବର୍ଷ ଜାନୁଆରୀ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୨୧ରୁ ୩୮ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ । ଏଥିପାଇଁ ଆବେଦନ କରିବାକୁ ହେଲେ ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ସ୍ନାତକ ସହିତ ସେ କମ୍ପ୍ୟୁଟର ଜାଣିଥିବା ଆବଶ୍ୟକ ।

Get real time updates directly on you device, subscribe now.