fbpx

Vastu Tips: ପିଲାଙ୍କୁ କେବେ ବି ଦିଅନ୍ତୁନି ଏପରି ଉପହାର, ଅନ୍ୟଥା ପିଲାର ବିକାଶରେ ବାଧା ଉପୁଜିପାରେ

ଓଡ଼ିଶା ଭାସ୍କର: ଯେତେବେଳେ କୌଣସି ଅବସରରେ କେହି ଛୋଟ ପିଲାଙ୍କୁ କିଛି ଉପହାର ଦେଇଥାଏ ସେତେବେଳେ ପିଲା ବେଶ୍ ଖୁସି ହୋଇଯାଇଥାଏ ଓ ସେହି ଉପହାରକୁ ଖୋଲିବା ଲାଗି ବେଶ୍ ଆକୁଳ ହୋଇଯାଏ । ପିଲା ମନରେ ଗିଫ୍ଟ ଲାଗି ଯେଉଁ ଏକ୍ସସାଇଟ୍‌ମେଣ୍ଟ ଥାଏ ତାହା କିଛି ଅଲଗା ପ୍ରକାରର ହୋଇଥାଏ । ଏହି ଏକ୍ସସାଇଟମେଣ୍ଟକୁ ଗୁଡ୍ ଲକ୍ ସହ ଯୋଡି ଯଦି ବାସ୍ତୁ ଅନୁସାରେ ଉପହାର ଦିଆଯିବ ତେବେ ପିଲାପାଇଁ ଏହା ଶୁଭ ହୋଇପାରେ । ଏଣୁ ପିଲାକୁ ଉପହାର ଦେବା ସମୟରେ ନିମ୍ନୋକ୍ତ କିଛି ବାସ୍ତୁ ଟିପ୍ସ ଉପରେ ଧ୍ୟାନ ଦିଆଯିବା ଉଚିତ ।
ବୟସ ଅନୁସାରେ ଉପହାର:
ବାସ୍ତୁ ଶାସ୍ତ୍ର ଅନୁସାରେ ପିଲାଙ୍କୁ ସର୍ବଦା ସେମାନଙ୍କ ବୟସ ଅନୁସାରେ ଉପହାର ଦେବା ଉଚିତ । ଯଦି ଆପଣଙ୍କ ପିଲାର ବୟସ ୫ ବର୍ଷ ତେବେ ତାକୁ ୭/୮ବର୍ଷ ବୟସର ପିଲାଙ୍କ ଖେଳନା ଉପହାର ଦିଅନ୍ତୁ ନାହିଁ । ଏହାଦ୍ୱାରା ଉପହାର ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଥାଏ ଓ ଏହା ପିଲା ମନରେ ନକରାତ୍ମକତା ବୃଦ୍ଧି କରିଥାଏ । ପିଲାର ମନ ଅଶାନ୍ତ ରହିଥାଏ ।
ଏପରି ସଫ୍ଟ ଟୟ ଉପହାର ଦିଅନ୍ତୁନି: ବାସ୍ତୁ ଶାସ୍ତ୍ର ଅନୁସାରେ ପିଲାଙ୍କୁ ସପ୍ଟ ଟୟ ଦେବା ଏକ ଭଲ ବିକଳ୍ପ କିନ୍ତୁ କୌଣସି ହିଂସ୍ର ଜନ୍ତୁ ଯେପରିକି ସାପ, ଚିତାବାଘ, ସିଂହ, କୁମ୍ଭୀର ଆଦି ଖେଳନା ଉପହାର ଦିଅନ୍ତୁ ନାହିଁ । ଏହାଦ୍ୱାରା ଆପଣଙ୍କ ପିଲାର ପ୍ରବୃତ୍ତି ବି ହିଂସ୍ରକ ହୋଇଯାଇପାରେ ।
ମେଟାଲ କିମ୍ବା ପାଷ୍ଟିକ୍ ଖେଳନା ଦିଅନ୍ତୁନି:
ବାସ୍ତୁ ଅନୁସାରେ ଏପରି ଖେଳନା ଦେବା ଦ୍ୱାରା ଅଶୁଭତ୍ୱ ବଢିଥାଏ । ଏହା ବଦଳରେ ଆପଣ କାଠର ଖେଳନା ଦେଇପାରିବେ ।
ଉପହାର ଦିଅନ୍ତୁ ମାଇଣ୍ଡ ଗେମ୍‌:
ବାସ୍ତୁ ଅନୁସାରେ ପିଲାଙ୍କ ଲାଗି ସବୁଠାରୁ ଭଲ ଉପହାର ହେଉଛି ମାଇଣ୍ଡ ବେସଡ୍ ଗେମ୍ । ପିଲା ମନ ଲଗାଇ ଏହା ସହ ଖେଳିଥାଏ । ଏହି କାରଣରୁ ପିଲା ବହୁତ କ୍ରିଏଟିଭ ହୋଇଥାଏ ଓ ତା’ର ମସ୍ତିଷ୍କର ଭଲ ବିକାଶ ଘଟିଥାଏ ।

Get real time updates directly on you device, subscribe now.