fbpx

ବିଜେଡି ଛାଡି ବିଜେପିରେ ମିଶିଲେ ଅଭିନେତା ଅରିନ୍ଦମ ରାୟ

ଓଡ଼ିଶା ଭାସ୍କର: ବିଜେପିରେ ମିଶିଲେ ଅଭିନେତା ଅରିନ୍ଦମ ରାୟ। ବିଜେଡି ଛାଡିବାର ମାତ୍ର କିଛି ସମୟ ପରେ ସେ ବିଜେପିରେ ଯୋଗ ଦେଇଛନ୍ତି। ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି।

ସୂଚନା ଥାଉକି, କିଛି ସମୟ ଆଗରୁ ବିଜେଡି ସାଧାରଣ ସମ୍ପାଦକ ସହ ପ୍ରାଥମିକ ସଦସ୍ୟ ପଦରୁ ଅରିନ୍ଦମ ଇସ୍ତଫା ଦେଇଥିଲେ। ଏନେଇ ସେ ନିଜର ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଠାଇଥିଲେ। ତେବେ ଅରିନ୍ଦମ ତାଙ୍କ ଇସ୍ତଫା ପତ୍ରରେ ମୁଖ୍ୟମନ୍ତ୍ରୀଙ୍କୁ ନିଜର କ୍ଷୋଭ ଜଣାଇଥିବା ଦେଖିବାକୁ ମିଳିଥିଲା। ଅରିନ୍ଦମ ଇସ୍ତଫା ପତ୍ରରେ ମୁଖ୍ୟମନ୍ତ୍ରୀଙ୍କୁ ଉଲ୍ଲେଖ କରିଥିଲେ, ଯେ ତାଙ୍କ କାର୍ଯ୍ୟକୁ ବିଜେଡି ଦଳରେ ମର୍ଯ୍ୟାଦା ମିଳୁନାହିଁ। ଅନେକ ଥର ଆପଣଙ୍କୁ ଭେଟିବାକୁ ଚାହୁଁଥିଲେ ବି ସୁଯୋଗ ମିଳୁନି। ତେବେ ଆପଣଙ୍କୁ ଭେଟିବାର ମାପଦଣ୍ଡ ପୂରଣ କରୁନଥିବା ଅନୁଭବ କରୁଛି। ସେହିପରି ଆପଣଙ୍କ ଦଳରେ ମୋର ସ୍ଥାନ କିଛି ନୁହେଁ ବୋଲି ଭାବୁଛି। ଆଶା ମୋ ପରିସ୍ଥିତି ବୁଝିବେ, ମୋ ଉପରେ କିଛି ଆକ୍ରୋଶ ରଖିବେନି ବୋଲି ଅରିନ୍ଦମ ଲେଖି ଇସ୍ତଫା ଦେଇଥିଲେ।

ସୂଚନାଯୋଗ୍ୟ, ଗତମାସ କେନ୍ଦ୍ର ରେଳମନ୍ତ୍ରୀ ଯେତେ‌‌ବେଳେ କଟକ ଗସ୍ତ କରିଥିଲେ, ସେହି ସମୟରେ ଅରିନ୍ଦମ ତାଙ୍କୁ ଭେଟିଥିଲେ। ସେହି ସମୟରେ ଅରିନ୍ଦମ ବିଜେପିରେ ଯୋଗଦେବେ‌ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା। କିନ୍ତୁ ଏହି ଚର୍ଚ୍ଚାର କିଛି ଦିନ ନୀରବତା ପରେ ଆଜି ସେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି।

Get real time updates directly on you device, subscribe now.