fbpx
BJD
BJD SKY
BJD SKY

(Video)କାହିଁକି ଝିଅମାନେ ହୋଇଥାନ୍ତି ପାପା କି ପରୀ? ଅଟୋ ଚାଳକ ରଖିଲେ ଏହାର ସବୁଠାରୁ ବଡ ଉଦାହରଣ

ବେଙ୍ଗାଲୁର: ବେଙ୍ଗାଲୁରର ଜଣେ ମହିଳା ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । ଏହି ଭିଡିଓରେ ଦେଖିବାକୁ ମିଳୁଛି କି ଜଣେ ଅଟୋରିକ୍ସା ଚାଳକ ନିଜ ଝିଅର ଜନ୍ମଦିନ ମନାଉଛନ୍ତି । ସେ ଝିଅର ଜନ୍ମଦିନରେ ନିଜ ଅଟୋରିକ୍ସାକୁ ସଜାଇଛନ୍ତି । ଏହି ଭିଡିଓଟି ମାତ୍ର ୬ ସେକେଣ୍ଡର ।

ତାଙ୍କ ଅଟୋରେ ଏକ ଗୋଲାପୀ ରଙ୍ଗର ବେଲୁନ୍ ଟଙ୍ଗାଯାଇଥିବା ନଜର ଆସୁଛି । ଏହି ଭିଡିଓ ସେୟାର କରି ସୁମେଧା ଉପ୍ପଲ ନାମ୍ନୀ ମହିଳା ଲେଖିଛନ୍ତି, ଏହା ତାଙ୍କ ଝିଅର ଜନ୍ମଦିନ ଥିଲା । ଏହା ସହିତ ସେ ଏକ ବେଲୁନ୍ ବାଲା ଇମୋଜି ବି ଲଗାଇଛନ୍ତି ।’ ଏହି ଭିଡିଓ ପୋଷ୍ଟ ହେବା ପରେ ୧ ଲକ୍ଷରୁ ଅଧିକ ଲାଇକ୍ ମିଳି ସାରିଲାଣି । ଏହି ଭିଡିଓ ଉପରେ ଉବେର ଇଣ୍ଡିଆ କମେଣ୍ଟ କରି ଲେଖିଛି, ‘ପାପା କା ପ୍ୟାର୍ ହି ତୋ ହମ୍ ସବକା ଇଂଜିନ ହୈ, ବେଟୀକୁ ଜନ୍ମଦିନରେ ଶୁଭକାମନା’ ।

Get real time updates directly on you device, subscribe now.