fbpx
BJD
BJD SKY
BJD SKY

ଅକ୍ଷୟ ତୃତୀୟାରେ ୫୦୦ ଟଙ୍କା ମହଙ୍ଗା ହେଲା ସୁନା, ରୂପା ମଧ୍ୟ ବଢିଲା, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଆଜି ସାରା ଦେଶରେ ଅକ୍ଷୟ ତୃତୀୟାର ପର୍ବ ଖୁବ ଧୁମଧାମରେ ପାଳନ କରାଯାଉଛି । ହିନ୍ଦୁ ଧର୍ମ ମୁତାବକ ଏହି ଦିନ ସୁନା-ରୂପା କିଣିବା ଶୁଭ ହୋଇଥାଏ । ଯଦି ଆପଣ ଜ୍ୱେଲାରୀ କିଣିବାକୁ ଯାଉଛନ୍ତି ତେବେ ଜାଣି ରଖନ୍ତୁ ଆଜିର ମୂଲୂ କେତେ । ବାୟଦା ବଜାରରେ ସୁନା ଏବଂ ରୂପା ଦୁଇଟି ମୂଲ୍ୟରେ ଜବରଦସ୍ତ ବୃଦ୍ଧି ଦେଖିବାକୁ ମିଳିଛି । ସୁନା ଏମସିଏକ୍ସରେ ୫୦୦ ଟଙ୍କାରୁ ଅଧିକ ମହଙ୍ଗା ହୋଇ ୭୨ ହଜାର ଟଙ୍କା ପାର କରିଛି । ସେହିପରି ରୂପା ମୂଲ୍ୟ କିଲୋଗ୍ରାମ ପିଛା ୭୦୦ ଟଙ୍କା ବଢି ୮୫ ହଜାର ୨୦୦ ଟଙ୍କାରେ ପହଁଚିଛି ।

ଏମସିଏକ୍ସ ଏକ୍ସଚେଞ୍ଜରେ ଶୁକ୍ରବାର ଦିନ ୫ ଜିନ ୨୦୨୪ର ଡେଲିଭରୀ ସୁନା ୫୫୪ ଟଙ୍କା ବଢିବା ସହ ୭୨ ହଜାର ୧୯୩ ଟଙ୍କା ପ୍ରତି ୧୦ ପିଛା ମୂଲ୍ୟରେ ପହଁଚିଛି । ସୁନାର ମୂଲ୍ୟରେ ଆଜି ସକାଳୁ ବୃଦ୍ଧି ପାଇଁ ଦେଖିବାକୁ ମିଳିଛି । ଗୁରୁବାର ଦିନ ବାୟଦା ବଜାରରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୭୧ ହଜାର ୬୩୯ ଟଙ୍କା ରହିଥିଲା ।

ଶୁକ୍ରବାର ଦିନ ସୁନା ସହ ରୂପା ମୂଲ୍ୟ ମଧ୍ୟ ବଢିଯାଇଛି । ୫ ଜୁଲାଇ ୨୦୨୪ରେ ଡେଲିଭରୀ ରୂପା ଆଜି ବାୟଦା ବଜାରରେ ୭୬୧ ଟଙ୍କା କିଲୋଗ୍ରାମ ପିଛା ବଢି ୮୫ ହଜାର ୨୬୦ ଟଙ୍କା ମୁଲ୍ୟରେ ପହଁଚିଛି । ସେହିପରି ଗତ ବ୍ୟବସାୟ ବଜାରରେ ଚାନ୍ଦି ୮୪ ହଜାର ୪୯୯ ଟଙ୍କା ପ୍ରତି କିଲୋଗ୍ରାମରେ ବନ୍ଦ ହୋଇଥିଲା ।

Get real time updates directly on you device, subscribe now.