fbpx

PAN କାର୍ଡ଼ ହଜି ଯାଇଛି କି ? ଡୁପ୍ଲିକେଟ୍ PAN କାର୍ଡ଼ ତିଆରି କରିବା ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଥାଏ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଆଜିକାଲି ଅନଲାଇନ୍ ଯୁଗରେ ଘରେ ବସି ଆରାମରେ ସବୁ କାମ ହୋଇଯାଉଛି । ଲମ୍ବା ଧାଡ଼ି ଲଗାଇବାର ସମସ୍ୟାରୁ ମୁକ୍ତି ମିଳିବା ସହ ସମୟର ଅପଚୟ ମଧ୍ୟ ହେଉନାହିଁ । ସରକାରଙ୍କ ଲୋକଙ୍କ ସୁବିଧା ପାଇଁ ଅନେକ ଡକୁ୍ୟମେଣ୍ଟ ଜାରି କରିଛନ୍ତି । ଏହି ଡକୁ୍ୟମେଣ୍ଟ ବିନା କୌଣସି ସରକାରୀ ସେବା, ଯୋଜନା ଇତ୍ୟାଦିର ଲାଭ ଉଠାଇବାରେ ସମସ୍ୟା ଦେଖାଦେଇଥାଏ । ଏଥିମଧ୍ୟରୁ PAN କାର୍ଡ଼ ଅନ୍ୟତମ । ଆପଣ କେବେ ଭାବିଛନ୍ତି PAN କାର୍ଡ଼ ହଜିଗଲେ କ’ଣ କରିବେ? ଆପଣ ଡୁପ୍ଲିକେଟ୍ PAN କାର୍ଡ଼ ଆବେଦନ କରିପାରିବେ । କିନ୍ତୁ ଅଧିକାଂଶ ଲୋକମାନେ ଏ ବିଷୟରେ ଜାଣି ନଥାନ୍ତି ।

କିପରି କରିବେ ଆବେଦନ ?

କୌଣସି ବ୍ୟକ୍ତିଙ୍କ PAN କାର୍ଡ଼ ହଜି ଯାଇଥିଲେ କିମ୍ବା ଚୋରି ହୋଇଯାଇଥିଲେ ନିମ୍ନଲିଖିତ ପଦକ୍ଷେପ ମାଧ୍ୟମରେ ଡୁପ୍ଲିକେଟ୍ PAN କାର୍ଡ଼ ପାଇଁ ଅବେଦନ କରିପାରିବେ:

୧. ପ୍ରଥରେ NSDLର ଅଫିସିଆଲ ୱେବସାଇଟ୍ onlineservices.nsdl.com/ReprintEPan.htmlକୁ ଯାଆନ୍ତୁ ।

୨. ଏହା ପରେ ୱେବସାଇଟରେ କିଛି ତଥ୍ୟ ଯେପରି PAN କାର୍ଡ଼ ନମ୍ବର, ଆଧାର ନମ୍ବର, ଜନ୍ମ ତିଥି ଭଳି ଅନ୍ୟାନ୍ୟ ବିବରଣୀ ପୂରଣ କରିବାକୁ ପଡ଼ିଥାଏ । ମନେରଖନ୍ତୁ ଏହି ପେଜରେ ଦିଆଯାଇଥିବା GSTN ନମ୍ବରକୁ ଛାଡ଼ି T ଏବଂ C ଉପରେ କ୍ଲିକ୍ କରନ୍ତୁ । ଏହା ପରେ ସ୍କ୍ରିନରେ ଦିଆଯାଇଥିବା କାପ୍ଚା କୋଡ୍ ଦେଇ ସବମିଟ୍ ବଟନ୍ ଉପେର କ୍ଲିକ୍ କରନ୍ତୁ ।

୩. ଏହା ପରେ ଚଇଘ କାର୍ଡ଼ ସମ୍ବନ୍ଧୀୟ ସମସ୍ତ ବିବରଣୀ ଉପଲବ୍ଧ ହେବ । ଆପଣ ସେହି ସ୍ଥାନର ଠିକଣା ଏବଂ ପିନ୍ କୋଡ୍ ଲେଖନ୍ତୁ ଯେଉଁ ଠିକଣାରେ ଏହି ଡୁପ୍ଲିକେଟ୍ PAN କାର୍ଡ଼ ଆସିବ । ଏହା ପରେ ଠିକଣା ଯାଞ୍ଚ କରିବା ପାଇଁ ପଞ୍ଜିକୃତ ମୋବାଇଲ ନମ୍ବର କିମ୍ବା ଇମେଲରେ ଏକ ଓଟିପି ଆସିବ ଏହାକୁ ଲେଖନ୍ତୁ । ଏହା ପରେ ଅନଲାଇନ୍ ପେମେଣ୍ଟ କରି ସବମିଟ୍ ବଟନ୍ ଉପରେ କ୍ଲିକ କରନ୍ତୁ ।

୪. ପେମେଣ୍ଟ ହେବା ପରେ PAN କାର୍ଡ଼ ୱେବସାଇଟକୁ ଆସିଯିବେ ଯେଉଁଠି ଏକ ସ୍ଲିପ୍ ଉପଲବ୍ଧ ହେବ । ଭବିଷ୍ୟତ ପାଇଁ ଏହାକୁ ସମ୍ଭାଳି କରି ରଖନ୍ତୁ । କିଛି ଦିନ ପରେ ଦିଆଯାଇଥିବା ଠିକଣାରେ ଡୁପ୍ଲିକେଟ୍ PAN କାର୍ଡ଼ ପହଞ୍ଚିଯିବ ।

ଡୁପ୍ଲିକେଟ୍ PAN କାର୍ଡ଼ର ଶୁଳ୍କ

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବ ଯେ ଡୁପ୍ଲିକେଟ୍ PAN କାର୍ଡ଼ ପାଇଁ ମାତ୍ର ୫୦ ଟଙ୍କା ଦେବାକୁ ପଡ଼ିଥାଏ । ଆପଣ ଚାହିଁଲେ ଏଥିରେ କିଛି ସଂଶୋଧନ ମଧ୍ୟ କରିପାରିବେ ।

 

Get real time updates directly on you device, subscribe now.