fbpx
BSKY
BJD SHG SKY
BJD MC SKY

ବୈଶାଖ ମାସରେ ବୃନ୍ଦାବତୀଙ୍କୁ ଅର୍ପଣ କରନ୍ତୁ ଏହି ଜିନିଷ, ପ୍ରସନ୍ନ ହୋଇଥାନ୍ତି ଭଗବାନ ବିଷ୍ଣୁ ଏବଂ ପୂର୍ଣ୍ଣ ହୋଇଥାଏ ମନସ୍କାମନା

ଓଡ଼ିଶା ଭାସ୍କର: ହିନ୍ଦୁ ଧର୍ମରେ ବୈଶାଖ ମାସର ବିଶେଷ ଗୁରୁତ୍ୱ ରହିଛି । ଏହି ମାସ ସ୍ନାନ, ଦାନ ଆଦି ଦ୍ୱାରା ପୂଣ୍ୟ ଫଳ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏହା ବ୍ୟତୀତ ବୈଶାଖ ମାସରେ ତୁଳସୀ ପୂଜା ସହ ଓସ୍ତ ଗଛ ପୂଜାର୍ଚ୍ଚନା କରାଯାଏ । ଏହି ମାସ ଭଗବାନ ବିଷ୍ଣୁଙ୍କ ପ୍ରିୟ ମାସ ମଧ୍ୟରୁ ଅନ୍ୟତମ । ତେଣୁ ଏହି ମାସରେ ବୃନ୍ଦାବତୀଙ୍କୁ ଏହି ଜିନିଷ ଅର୍ପଣ କରିବା ଦ୍ୱାରା ବିଷ୍ଣୁ ଦେବ ସନ୍ତୁଷ୍ଟ ହୋଇଥାନ୍ତି ଏବଂ ଘରର ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ । ଏହା ବ୍ୟତୀତ ପ୍ରଗତି ପଥରେ ଦେଖାଯାଉଥିବା ସମସ୍ତ ବାଧା ଦୂର ହୋଇଥାଏ । ତେବେ ଆସନ୍ତୁ ଜାଣିବା ବୈଶାଖ ମାସରେ କେଉଁ ସବୁ ଜିନିଷ ଅର୍ପଣ କରି ପୂଜା କରିଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ ।

୧. ଗୁରୁବାର ଦିନ ତୁଳସୀ ପୂଜା କରିବା ସମୟରେ ଏକ ପାତ୍ରରେ ୭ଟି ଗୋଟା ହଳଦୀ ଏବଂ ଗୁଡ଼ର ଗୋଟିଏ ଛୋଟ ଖଣ୍ଡ ସହ ୭ଟି ଚଣା ଡାଲିର ଦାନା ବୃନ୍ଦାବତୀଙ୍କ ପାଖରେ ରଖନ୍ତୁ । ପୂଜା ଢ଼ାଳରେ କିଛି ପାଣି ନିଅନ୍ତୁ । ସେଥିରେ କିଛି ଗୁଣ୍ଡ ହଳଦୀ ମିଶାନ୍ତୁ । ଏହା ପରେ ଏହି ଜଳକୁ ହାତରେ ନେଇ ନିଜ ମନସ୍କାମନା ମନରେ କହି ବୃନ୍ଦାବତିଙ୍କୁ ଅପର୍ଣ କରନ୍ତୁ । ପୂଜା ଶେଷରେ ଓମ୍ ନମୋ ଭଗବତେ ବାସୁଦେବାୟ ନମଃ ମନ୍ତ୍ର ଜାପ କରି ତୁଳସୀ ଚଉରାର ପରିକ୍ରମା କରିପାରିବେ ।

୨. ଏହା ବ୍ୟତୀତ ବୈଶାଖ ଗୁରୁବାର ଦିନ ସ୍ନାନାଦି କାର୍ଯ୍ୟ ଶେଷ କରି ବୃନ୍ଦାବତୀଙ୍କୁ ଜଳ ଅର୍ପଣ କରନ୍ତୁ । ଏହା ସହ ଅଟାର ଦୀପ ଜଳାନ୍ତୁ । ତୁଳସୀ ପୂଜା ମନ୍ତ୍ରୋଚ୍ଚାରଣ ମଧ୍ୟ କରିପାରିବେ ।

୩. ବୈଶାଖ ମାସର ଏକାଦଶୀ ଦିନ ବୃନ୍ଦାବତୀଙ୍କୁ ସୁହାଗ ଜିନିଷ ଅର୍ପଣ କରନ୍ତୁ । ଏହା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହେବା ସହ ତାଙ୍କ କୃପା ଲାଭ ହୋଇଥାଏ ।

Get real time updates directly on you device, subscribe now.