fbpx
BJD
BJD SKY
BJD SKY

(Video) ଜଗନ୍ନାଥଙ୍କ ଆଗରେ ହାତ ଯୋଡି କାନ୍ଦୁଛନ୍ତି ବାପା, ପୁଅର ଭିଡିଓ ଦେଖି ମହାରାଷ୍ଟ୍ରରୁ ଆସିଥିଲେ ହେଲେ ଓଡ଼ିଶାରେ ମିଳୁନି…

ସୋର: ନିଖୋଜ ପୁଅ କୁ ଖୋଜି ଖୋଜି ପରିବାର ମହାରାଷ୍ଟ୍ରରୁ ଆସି ଓଡିଶାରେ ଆଦର୍ଶ ଯୁବ ପରିଷଦ ସଦସ୍ୟ ଖୋଜିବାରେ ସହାୟତା କରୁଛନ୍ତି । ଜଗନ୍ନାଥଙ୍କ ଆଗରେ ହାତ ଯୋଡି କାନ୍ଦୁଛନ୍ତି ବାପା , ସୋସିଆଲ ମିଡିଆରେ ପୁଅର ଭିଡିଓ ଦେଖି ମହାରାଷ୍ଟ୍ରରୁ ଆସିଥିଲେ ହେଲେ ଓଡିଶାରେ ମିଳୁନି। ଆଖିରେ ଆଖିଏ ଲୁହ କୋଭଭରା କଣ୍ଠରେ ହାତ ଯୋଡି ଓଡିଶାବାସୀଙ୍କୁ ନିବେଦନ କରୁଛନ୍ତି ପରିବାର ଲୋକ । ଯେମିତିବି ହେଉ ଆମ ପୁଅକୁ ଆମକୁ ଖୋଜିଦିଅ । ହଜିଲା ପୁଅକୁ ଖୋଜି ଖୋଜି ସୂଦୁର ମହାରାଷ୍ଟ୍ରରୁ ଓଡିଶାରେ ଆସି ପହଂଚିଛନ୍ତି ବାପା ଆଉ ମାମୁଁ । ଆଖିରେ ଜକେଇ ଆସୁଛି ଅସହାୟତାର ଲୁହ । କାହାକୁ ବା ଦୋଷ ଦେବ ସମୟକୁ ନା ପରିସ୍ଥିତିକୁ । ଯେଉଁ ଭେଣ୍ଡିଆ ଏହି ବୟସର ବାପାର ସେବା ଶୁଶ୍ରୁଷା କରିବା କଥା ସେହି ବୟସରେ ତାକୁ ଖୋଜି ଖୋଜି ବାପା ଆଜି ନୟାନ୍ତି । ନା ପେଟକୁ ଦାନା ଯାଉଛି ନା ଆତ୍କକୁ ନିଦ ଆସୁଛି ।

ବିକଳ ହୋଇ ଆଜି ପୁଅକୁ ଖୋଜୁଛି ବାପା । ପ୍ର୍ରଭୁ ଜଗନ୍ନାଥଙ୍କୁ ଦେଖି ତାଙ୍କ ଆଗରେ ହାତ ଯୋଡି ଠିଆ ହୋଇଛନ୍ତି । ଆଉ ମନେ ମନେ କହୁଛନ୍ତି ହେ ପ୍ରଭୁ ଜଗନ୍ନାଥ ମୋ ପୁଅକୁ ଘଂଟ ଗୋଡେଇ ରଖିଥାଅ । ପ୍ରଭୁ ତୁମକୁ ଏହି ଦୁଆରେ ମୁଣ୍ଡିଆ ମାରୁଛି ହାତ ଯୋଡି ନେହୁରା ହେଉଛି ମୋ ପୁଅକୁ ଫେରାଇ ଆଣନ୍ତୁ । ଏମିତି କିଛି କହି ଜଗନ୍ନାଥଙ୍କ ଆଗରେ ଲୁହ ଝରାଉଛନ୍ତି ବାପା । ସେପଟେ ମାମୁଁ ଭଣଜାଙ୍କୁ ଫେରାଇ ଦେବା ସମସ୍ତଙ୍କୁ ଗୁହାରି କରୁଛନ୍ତି । ତାଙ୍କ ଭରଜାକୁ ଫେରାଇ ଦେଲେ ସେମାନେ ଖୁସି ଖୁସି ଏଠୁ ଯାଇପାନ୍ତେ ବୋଲି କହିଛନ୍ତି । ଖବର ମୁତାବକ ମହାରାଷ୍ଟ୍ରର ଲାତୁର ଜିଲ୍ଲାର ଭେଙ୍କଟ ପଣ୍ଡରୀ ସୂର୍ଯ୍ୟବଂଶୀଙ୍କ ପୁଅ, କିଶୋର ସୂର୍ଯ୍ୟବଂଶୀ (୨୯) ନାମକ ଯୁବକ ୬ ମାସ ପୂର୍ବରୁ ଘରୁ କେଉଁ ଆଡେ ପଳାଇ ଯାଇଥିଲେ। କିଶୋର ସୂର୍ଯ୍ୟ ବଂଶୀ ମାନସିକ ବିକାର ଗ୍ରସ୍ତ ଅଟନ୍ତି, ସେ ଚାରି ସନ୍ତାନ ମଧ୍ୟରୁ ସାନ ଅଟନ୍ତି। ତାଙ୍କୁ ବହୁତ ଖୋଜା ଖୋଜି କରିବା ପରେ ପରିବାର ସଦସ୍ୟ କୌଣସି ସନ୍ଧାନ ପାଇ ନଥିଲେ।

ମାତ୍ର ଗତ ରବିବାର ସୋର ବ୍ଲକ ସବିରା ରେଲୱେ ଷ୍ଟେସନ ନିକଟରେ ଆଦର୍ଶ ଯୁବ ପରିଷଦ ସଦସ୍ୟ ବସନ୍ତ ରାଉତ ଏବଂ ପ୍ରଶାନ୍ତ ପଲେଇ ଏହି ବ୍ୟକ୍ତିଙ୍କୁ ଦେଖିବାକୁ ପାଇଥିଲେ ଏବଂ ତାଙ୍କ ଘର କେଉଁଠି ପଚାରି ଥିଲେ ଏବଂ ତାଙ୍କ ପରିବାରଙ୍କ ନମ୍ବର ଆଣି ଯୋଗାଯୋଗ କରିଥିଲେ। ପରିବାର ତରଫରୁ ସୋର ଆସିବାକୁ ରାଜି ହୋଇଥିଲେ। ପରିବାର ସୋରରେ ପହଂଚି ସବିରା ନିକଟକୁ ଯାଇ ଖୋଜିଥିଲେ ମାତ୍ର ଏହି ବ୍ୟକ୍ତିଙ୍କୁ ସବିରା ଷ୍ଟେସନ ନିକଟରୁ ଆଉ ମିଳିପାରିନଥିଲା ଫଳରେ ସଦସ୍ୟ ମାନେ ମହାରାଷ୍ଟ୍ରରୁ ଆସିଥିବା ପରିବାର ସଦସ୍ୟଙ୍କୁ ଦୁଇ ଦିନ ଧରି ବାଇକ ଯୋଗେ ସୋର, ମାର୍କୋଣା, ଭଦ୍ରକ ଯାଇ ଗାଁ ଗାଁ ବୁଲି ଖୋଜିଥିଲେ ମାତ୍ର ଏହି ବ୍ୟକ୍ତି ଙ୍କୁ ପାଇ ନଥିଲେ। ତେଣୁ ପରିବାର ତରଫରୁ ତାଙ୍କ ପିତା ଏବଂ ମାମୁଁ ନିରାଶ ହୋଇ ଆଖିରୁ ଲୁହ ଗଡାଉଛନ୍ତି। ଯଦି କୌଣସି ସହୃଦୟ ବ୍ୟକ୍ତି ଏହି ବ୍ୟକ୍ତି ଙ୍କୁ ଠାବ କରନ୍ତି ତୁରନ୍ତ ଉକ୍ତ ପରିବାର କିମ୍ବା ଆଦର୍ଶ ଯୁବ ପରିଷଦ ସଦସ୍ୟ ଙ୍କୁ ଯୋଗାଯୋଗ କରିବାକୁ ପରିବାର ସଦସ୍ୟ ନିବେଦନ କରିଛନ୍ତି। ଆଦର୍ଶ ଯୁବ ପରିଷଦ ସଦସ୍ୟ ମାନେ ଏହି ପରିବାର ସଦସ୍ୟ ଙ୍କୁ ସୋର ରେ ରହିବା ଏବଂ ଖାଇବା ର ବ୍ୟବସ୍ଥା କରିବା ସହ ଏକ ଅପରିଚିତ ଲୋକଙ୍କୁ ଏତେ ସାହାଯ୍ୟ ସହଯୋଗ କରିଥିବାରୁ ପରିଷଦ ର ସମସ୍ତ ସଦସ୍ୟ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

Get real time updates directly on you device, subscribe now.