fbpx
BSKY
BJD SHG SKY
BJD MC SKY

ନରେନ୍ଦ୍ର ଡାଭୋଲକର ହତ୍ୟାକାଣ୍ଡର ୧୧ ବର୍ଷ ପରେ କୋର୍ଟ ଦେଲେ ରାୟ, ୨ ଜଣଙ୍କୁ ଆଜୀବନ କାରାଦଣ୍ଡ

ପୁଣେ: ନରେନ୍ଦ୍ର ଡାଭୋଲକର ହତ୍ୟାକାଣ୍ଡ ମାମଲାରେ ଦୀର୍ଘ ୧୧ ବର୍ଷ ପରେ କୋର୍ଟଙ୍କ ନିଷ୍ପତ୍ତି ସାମ୍ନାକୁ ଆସିଛି । ଏଥିରେ ଦୁଇ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ମହାରାଷ୍ଟ୍ର ପୁଣେରେ ବେଆଇନ କାର୍ଯ୍ୟକଳାପ ଅଧିନିୟମ ସହ ଜଡିତ ମାମଲାର ବିଶେଷ ଆନ୍ଦୋଳନକାରୀ ଏବଂ ଅନ୍ଧବିଶ୍ୱାସ ବିରୋଧରେ ଲଢୁଥିବା କାର୍ଯ୍ୟକର୍ତ୍ତା ଡ. ନରେନ୍ଦ୍ର ଡାଭୋଲକରଙ୍କ ହତ୍ୟା ମାମଲାରେ ଶୁକ୍ରବାର ଦିନ ଦୁଇଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ସେମାନଙ୍କୁ ଆଜୀବନ କାରାଦଣ୍ଡର ଶୁଣାଣି କରିଛନ୍ତି । ଏଥିସହ ମୁଖ୍ୟ ଅଭିଯୁକ୍ତ ବୀରେନ୍ଦ୍ର ସିଂହ ତାବଡେଙ୍କ ସମେତ ତିନି ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି। ଅଗଷ୍ଟ ୨୦, ୨୦୧୩ ରେ ପୁଣେର ଓମକେଶ୍ୱର ବ୍ରିଜ ଉପରେ ସେ ସକାଳୁ ମର୍ଣ୍ଣିଙ୍ଗ ୱାର୍କରେ ଯାଇଥିବାବେଳେ ଡାବୋଲକରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।

ବିଚାରପତି ପି.ପି ଯାଦବ କହିଛନ୍ତି ଯେ, ଓକିଲ ପକ୍ଷ ସଚିନ ଅନ୍ଧୁରେ ଏବଂ ଶରଦ କାଲସ୍କରଙ୍କ ବିରୋଧରେ ହତ୍ୟା ଏବଂ ଷଡଯନ୍ତ୍ର ଅଭିଯୋଗକୁ ପ୍ରମାଣିତ କରିଛନ୍ତି ଏବଂ ସେମାନଙ୍କୁ ଆଜୀବନ କାରଦଣ୍ଡ ତଥା ୫ ଲକ୍ଷ ଟଙ୍କାରେ ଜରିମାନା ଦଣ୍ଡ ଶୁଣାଣି କରିଛନ୍ତି । ସିବିଆଇ ମୁତାବକ ଅନ୍ଧୁରେ ଏବଂ କାଲସ୍କର ଡାଭୋଲକରଙ୍କ ଉପରେ ଗୁଳି ଚାଳନା କରିଥିଲେ ।

 

Get real time updates directly on you device, subscribe now.