fbpx
BJD
BJD SKY
BJD SKY

ଆଜି ଅକ୍ଷୟ ତୃତୀୟାରେ ମାତ୍ର ୧ଟଙ୍କାରେ କିଣନ୍ତୁ ୨୪ କ୍ୟାରେଟ୍ ସୁନା, ଜାଣନ୍ତୁ କେଉଁଠାରୁ କିଣିବେ ଓ କିପରି

ନୂଆଦିଲ୍ଲୀ: ଅକ୍ଷୟ ତୃତୀୟାରେ ସୁନା କିଣିବା ଶୁଭ ହୋଇଥାଏ । କିନ୍ତୁ ଏବେ ସୁନାର ଦାମ୍ ତ ଆକାଶଛୁଆଁ ରହିଛି । ବୁଲିୟନ ମାର୍କେଟରେ ୨୪ କ୍ୟାରେଟ୍ ବିଶିଷ୍ଟ ୧୦ ଗ୍ରାମ ସୁନାର ମୂଲ୍ୟ ୭୧,୫୦୦ଟଙ୍କାରେ ପହଞ୍ଚିଯାଇଛି । କିନ୍ତୁ ଆପଣ ମାତ୍ର ୧ ଟଙ୍କାରେ ୨୪ କ୍ୟାରେଟ୍ ସୁନା କିଣିପାରିବେ । ନିମ୍ନରେ କିଛି ବିକଳ୍ପ ଉପାୟ ରହିଛି ଯାହା ଆପଣାଇ ଆପଣ ୧ ଟଙ୍କାରେ ୨୪ କ୍ୟାରେଟ୍ ସୁନା କିଣିପାରିବେ ।

ତେବେ ଏଥିପାଇଁ ଆପଣଙ୍କୁ କୌଣସି ଗହଣା ଦୋକାନ ଯିବାକୁ ପଡିବ ନାହିଁ । ଆପଣ ଘରେ ବସି ଡିଜିଟାଲ ଉପାୟରେ ସୁନା କିଣିପାରିବେ । ତେବେ ଡିଜିଟାଲ୍ ଗୋଲ୍ଡର ମୂଲ୍ୟ ବୁଲିୟନ ବଜାରର ମୂଲ୍ୟ ସହ ସମାନ ହୋଇଥାଏ । ଏହା ଡିଜିଟାଲ ତରିକାରେ ଆପଣଙ୍କ ୱାଲେଟ୍‌ରେ ଜମା ହୋଇଥାଏ ଯାହାକୁ ଆପଣ ଯେତେବେଳେ ଚାହିଁବେ କିଣିପାରିବେ କିମ୍ବା ବିକିପାରିବେ ।

ଭାରତରେ MMTC-PAMP ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌, Augmont Gold Ltd ପରି କମ୍ପାନୀ ଡିଜିଟାଲ ଗୋଲ୍ଡ କିଣିବାକୁ ଅପ୍ସନ ଦେଇଥାନ୍ତି । ଏହା ବ୍ୟତିତ ଗୁଗଲ ପେ’ ଓ ଫୋନ୍ ପେ’ ପରି ଲୋକପ୍ରିୟ ଆପ୍ ଜରିଆରେ ବି ଡିଜିଟଶଲ୍ ଗୋଲ୍ଡ କିଣିପାରିବେ । ଆପଣ ଯେବେ ଚାହିଁବେ ଏହାକୁ ମଧ୍ୟ ବିକ୍ରୀ କରିପାରିବେ । ବିକ୍ରୀ କରିବା ପରେ ମିଳୁଥିବା ଅର୍ଥ ଆପଣଙ୍କ ଆକାଉଣ୍ଟରେ ଜମା ହୋଇଯିବ ।
ନକଲି ସୁନା କିପରି କରିବେ ଚିହ୍ନଟ?

ଯଦି ଆପଣ ଅକ୍ଷୟ ତୃତୀୟାରେ ସୁନା କିଣିବାକୁ ଯାଉଛନ୍ତି ତେବେ ଆପଣଙ୍କୁ କିଛି ଜିନିଷ ଉପରେ ବିଶେଷ ଧ୍ୟାନ ଦେବାକୁ ହେବ । ସୁନାର ହଲମାର୍କିଂ ଚେକ୍ କରିବା ଉଚିତ । ଏହା ସହିତ BIS Care ଆପ୍‌କୁ ଯାଇ HUID ନମ୍ବର ଦେଇ ସୁନାର ଶୁଦ୍ଧତା, ଗହଣାଦୋକାନୀ ବିଷୟରେ ସବୁ ତଥ୍ୟ ଓ ଅନ୍ୟାନ୍ୟ ସୂଚନା ହାସଲ କରିପାରିବେ ।

Get real time updates directly on you device, subscribe now.