fbpx
BJD
BJD SKY
BJD SKY

BARCରେ ନିଯୁକ୍ତି ସୁଯୋଗ, ବିନା ପରୀକ୍ଷାରେ ହେବ ଚୟନ, ତୁରନ୍ତ କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଭାବା ପରମାଣୁ ଅନୁସନ୍ଧାନ କେନ୍ଦ୍ର (BARC)ରେ କାମ କରିବା ପାଇଁ ସ୍ୱପ୍ନ ଦେଖିଥିବା ଆଶାୟୀଙ୍କ ପାଇଁ ଖୁସି ଖବର । BARC Recruitment 2024 ଅନ୍ତର୍ଗତ ଡ୍ରାଇଭର କ୍ୟାଡର ପଦବୀ ପାଇଁ ୫୦ଟି ନିଯୁକ୍ତି ଆବେଦନ କରାଯାଇଛି । ଏପ୍ରିଲ ୩୦ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ମେ ୨୪ ରହିଛି ଡେଡଲାଇନ୍ । ଏଥିପାଇଁ BARC ର ଅଫିସିଆଲ ୱେବସାଇଟ୍  barc.gov.inକୁ ଯାଇ ଆବେଦନ କରିପାରିବେ । ତେବେ ଆସନ୍ତୁ ଜାଣିବା ଅଧିକ ଡିଟେଲ୍ସ ବିଷୟରେ ।

BARC ର ଡ୍ରାଇଭର କ୍ୟାଡର ପୋଷ୍ଟ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ପାଖରେ ଉଭୟ ହାଲୁକା ମୋଟର ଯାନ(LMV) ଏବଂ ଭାରି ମୋଟର ଯାନ(HMV )ର ଡ୍ରାଇଭିଂ ଲାଇସେନ୍ସ ରହିବା ଅନିବାର୍ଯ୍ୟ ଅଟେ । କହିରଖୁଛୁ ଆବେଦନ ଫର୍ମ ସଠିକ୍ ଭାବରେ ପୂରଣ କରିବା ପରେ ଅଫିସିଆଲ ନୋଟିଫିକେସନରେ ଦିଆଯାଇଥିବା ଠିକଣାରେ ନିର୍ଦ୍ଧାରିତ ସମୟ ପୂର୍ବରୁ ପଠାଇବାକୁ ପଡ଼ିବ ।

ଡ୍ରାଇଭର କ୍ୟାଡର ପୋଷ୍ଟ ପାଇଁ ଯୋଗ୍ୟତା ଏବଂ ଆୟୁ ସୀମା

ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଥିବା ବ୍ୟକ୍ତି ଯୋଗ୍ୟତା ସମ୍ପର୍କୀୟ ସୂଚନା ପାଇଁ BARC ଅଫିସିଆଲ ନୋଟିଫିକେସନ ଦେଖିପାରିବେ । ୬୫ ବର୍ଷରୁ କମ୍ ବୟସ ଥିବା ଯୋଗ୍ୟ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ ।

BARCରେ କିପରି ହୋଇଥାଏ ଚୟନ ପ୍ରକ୍ରିୟା ?

ପ୍ରଥମେ ଆବେଦନଗୁଡ଼ିକର ସମୀକ୍ଷା କରାଯିବ । ଏହା ପରେ ସାକ୍ଷାତକାର କିମ୍ବା ଅନ୍ୟାନ୍ୟ ମୂଲ୍ୟାଙ୍କନ ଆଧାରରେ ଚୟନ ପ୍ରକ୍ରିୟା ଆଧାରିତ ।

Get real time updates directly on you device, subscribe now.