fbpx
BJD
BJD SKY
BJD SKY

ବଢ଼ିଲା ମହଙ୍ଗା ଭତ୍ତା: କର୍ମଚାରୀଙ୍କୁ ବଡ଼ ଉପହାର ଦେଲେ ୨ ରାଜ୍ୟ ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ର ସରକାରଙ୍କ ତରଫରୁ ନିକଟରେ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି କରାଯାଇଥିବା ବେଳେ କିଛି ରାଜ୍ୟ ମଧ୍ୟ କର୍ମଚାରୀଙ୍କ ପାଇଁ ଅନୁରୂପ ଭାବେ ବୃଦ୍ଧି ଘୋଷଣା କରିଛନ୍ତି । ନିକଟରେ ଝାଡ଼ଖଣ୍ଡ, କର୍ଣ୍ଣାଟକ ଓ ଅରୁଣାଚଳ ପ୍ରଦେଶ ସରକାର ଡିଏ ବଢ଼ାଇଥିବା ବେଳେ ଓଡ଼ିଶା ସରକାର ମଧ୍ୟ ଏନେଇ ବଡ଼ ଘୋଷଣା କରିଥିଲେ । ତେବେ ଏହା ମଧ୍ୟରେ ପୁଣି ୨ ରାଜ୍ୟ ସରକାର ଡିଏ ବୃଦ୍ଧି କରିଛନ୍ତି ।

ସୂଚନା ମୁତାବକ, ରାଜସ୍ଥାନ ଓ ମଧ୍ୟପ୍ରଦେଶ ସରକାର କର୍ମଚାରୀଙ୍କ ପାଇଁ ଡିଏ ବୃଦ୍ଧି ଘୋଷଣା କରିଛନ୍ତି । ରାଜ୍ୟସ୍ଥାନ ସରକାର ଗତକାଲି ପେଟ୍ରୋଲ ଓ ଡିଜେଲ ଭ୍ୟାଟ ୨ ପ୍ରତିଶତ ହ୍ରାସ କରିବା ସହିତ ଡିଏ ବୃଦ୍ଧି କରିଥିଲେ । ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ୪ ପ୍ରତିଶତ ଡିଏ ବୃଦ୍ଧି କରିଥିବା ବେଳେ ଏହି ନିଷ୍ପତ୍ତି ଗତ ଜାନୁଆରୀ ପହିଲାରୁ ଲାଗୁ ହେବ । ଏହାଦ୍ୱାରା ରାଜ୍ୟର ୪.୪ ଲକ୍ଷ ପେନସନଧାରୀ ଓ ୮ ଲକ୍ଷ କର୍ମଚାରୀ ଉପକୃତ ହେବେ ।

ସେହିପରି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ହୋଲି ପୂର୍ବରୁ ରାଜ୍ୟ କର୍ମଚାରୀମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି । କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ପୂର୍ବରୁ କର୍ମଚାରୀଙ୍କ ମୋଟ ମହଙ୍ଗା ଭତ୍ତା ୪୨ ପ୍ରତିଶତ ରହିଥିବା ବେଳେ ଏବେ ତାହା ୪୬ ପ୍ରତିଶତକୁ ବୃଦ୍ଧି ପାଇଛି । ଆସନ୍ତା ଜୁଲାଇ ମାସ ୧ ତାରିଖରୁ ଏହି ବର୍ଦ୍ଧିତ ଦର ଲାଗୁ ହେବ ବୋଲି କୁହାଯାଇଛି ।

Get real time updates directly on you device, subscribe now.