fbpx

ପ୍ରଧାନମନ୍ତ୍ରୀ ମୋଦୀଙ୍କ କୋଏମ୍ବାଟୁର ରୋଡ଼ ଶୋ’କୁ ମଞ୍ଜୁରୀ ଦେଲେ ମାଡ୍ରାସ ହାଇକୋର୍ଟ

ନୂଆଦିଲ୍ଲୀ: ତାମିଲନାଡ଼ୁର କୋଏମ୍ବାଟୁରରେ ହେବାକୁ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୋଡ଼ ଶୋ’କୁ ମାଡ୍ରାସ ହାଇକୋର୍ଟ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହା ପୂର୍ବରୁ ସୁରକ୍ଷା ଆଶଙ୍କା ଓ ବିଭିନ୍ନ କାରଣ ଦର୍ଶାଇ ସ୍ଥାନୀୟ ଜିଲ୍ଲା ପୋଲିସ ପକ୍ଷରୁ ଏନେଇ ଅନୁମତି ମିଳିନଥିଲା । ଲୋକସଭା ନିର୍ବାଚନ ପାଇଁ ମାର୍ଚ୍ଚ ୧୮ ତାରିଖରେ ପ୍ରଧାନମନ୍ତ୍ରୀଙ୍କର ୩.୬ କିମି ଦୂରତା ବିଶିଷ୍ଟ ରୋଡ଼ ଶୋ’ର ଆୟୋଜନ ନେଇ ଭାରତୀୟ ଜନତା ପାର୍ଟି ତରଫରୁ ଗତ ୧୪ ତାରିଖ ଦିନ କୋଏମ୍ବାଟୁର ସିଟି ପୋଲିସଠାରୁ ଅନୁମତି ମଗାଯାଇଥିଲା ।

ଭାଜପା ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି ରୋଡ଼ ଶୋ’ ଆରଏସ ପୁରମରେ ସମାପ୍ତ ହେବାର ଥିଲା । ଗତ ୨୯୯୮ ମସିହାରେ ଆରଏସ ପୁରମ ଠାରେ ଏକ ବିସ୍ଫୋରଣ ହୋଇଥିଲା । ଏଥିସହିତ କୋଏମ୍ବାଟୁର ସାମ୍ପ୍ରଦାୟକତା ଦୃଷ୍ଟିରୁ ଏକ ସମ୍ବେଦନଶୀଳ ସ୍ଥାନ ଭାବେ ପରିଗଣିତ ଅଟେ । ତେଣୁ ସୁରକ୍ଷା ଆଶଙ୍କା, ସାମ୍ପ୍ରଦାୟିକତା ଇତିହାସ, ରୋଡ଼ ଶୋ’ ମାର୍ଗରେ ଥିବା ସ୍କୁଲମାନଙ୍କରେ ଛାତ୍ରଛାତ୍ରୀଙ୍କ ସମସ୍ୟା ସୃଷ୍ଟି ହେବା, ସାଧାରଣ ଜନତାଙ୍କ ପାଇଁ ସମସ୍ୟା ଆଦି କାରଣରୁ ପ୍ରଶାସନ ପକ୍ଷରୁ ରୋଡ଼ ଶୋ’ ନେଇ ଅଗ୍ରାହ୍ୟ କରାଯାଇଥିଲ ।ା

Get real time updates directly on you device, subscribe now.