fbpx

ହୋଲି ଦିନ କରିବେ କେଉଁ ଦେବତାଙ୍କ ପୂଜା, ଘରୁ ଦୂର ହେବ ସମସ୍ତ ସଂକଟ

ଓଡ଼ିଶା ଭାସ୍କର: ଭାରତରେ ଚଳିତ ବର୍ଷ ୨୫ ମାର୍ଚ୍ଚକୁ ରଙ୍ଗର ପର୍ବ ହୋଲି ପାଳନ କରାଯାଉଛି । ହୋଲିରେ ଦେଶର ଅଲଗା ଅଲଗା ସ୍ଥାନରେ ଅଲଗା ଅଲଗା ଦେବୀ ଦେବତାଙ୍କୁ ପୂଜା କରିବାର ବିଧାନ ରହିଛି । ଏହିଦିନ ହୋଲିକା ଦହନ ବି କରାଯାଇଥାଏ । ସମସ୍ତେ ଏହି ହୋଲିକା ଦହନ ଦେଖିବା ଉଚିତ । କାରଣ ଏହା ଦେଖିବା ଦ୍ୱାରା ମଣିଷ ମଧ୍ୟରୁ ନକରାତ୍ମକତାର ବିନାଶ ହୋଇଥାଏ ।
ଜ୍ୟୋତିଷାଚାର୍ଯ୍ୟଙ୍କ ଅନୁସାରେ ହୋଲିଦିନ କରାଯାଉଥିବା ଉପବାସ ବହୁତ ଶୁଭଫଳଦାୟୀ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ଖାସ୍ ଦିନ କେଉଁ ଦେବୀ ଦେବତାଙ୍କୁ ପୂଜା କରାଯାଇଥାଏ ।

ଏହିଦିନ ଭଗବାନ ଭୋଳାନାଥଙ୍କ ପୂଜା କରିବା ଅତ୍ୟନ୍ତ ଶୁଭ ହୋଇଥାଏ । ହୋଲି ଖେଳିବା ଦ୍ୱାରା ଘରେ ସୁଖ, ଶାନ୍ତି, ସମୃଦ୍ଧି ଆସିଥାଏ । କାଶୀରେ ଚିତା ଭସ୍ମରେ ହୋଲି ଖେଳାଯାଏ ଯାହାକୁ ସେଠାରେ ମଶାଣୀ ହୋଲି ବି କହିଥାନ୍ତି ।
ଏହିଦିନ ଶ୍ରୀରାଧା କୃଷ୍ଣଙ୍କ ପୂଜା କରିବା ଦ୍ୱାରା ଜୀବନରେ ପ୍ରେମର ଆଗମନ ହେବା ସହ ପ୍ରେମ ସମ୍ବନ୍ଧ ଆହୁରି ମଜଭୁତ ହୋଇଥାଏ ।

ହୋଲି ଦିନ ମାତା ଲକ୍ଷ୍ମୀଙ୍କ ଉପାସନା କରିବା ଦ୍ୱାରା ଘରେ କେବେବି ଅର୍ଥାଭାବ ସମସ୍ୟା ଉପୁଜି ନ ଥାଏ । ଏହାସହିତ ଆର୍ଥିକ ସ୍ଥିତିରେ ବି ସୁଧାର ଆସିଥାଏ ।
ଭଗବାନ ବିଷ୍ଣୁଙ୍କ ଭକ୍ତ ପ୍ରହଲ୍ଲାଦକୁ ଜାଳିଦେବା ପାଇଁ ହୋଲିକା ରାକ୍ଷସୀ ତାଙ୍କୁ କୋଳରେ ଧରି ଅଗ୍ନିରେ ବସିଥିଲା । କିନ୍ତୁ ପ୍ରହଲ୍ଲାଦ ଅଗ୍ନିରୁ ସୁରକ୍ଷିତ ବାହାରି ଆସିଥିଲେ ଓ ହୋଲିକା ଭସ୍ମ ହୋଇଯାଇଥିଲା । ଏଣୁ ହୋଲି ଦିନ ବିଷ୍ଣୁ ଭଗବାନଙ୍କ ନରସିଂହ ଅବତାରକୁ ପୂଜା କରିବାର ବିଧାନ ରହିଛି ।

Get real time updates directly on you device, subscribe now.