fbpx

ଦୁଃଖ ପରେ ଦୁଃଖ ଆଣିଲା ମାର୍ଚ୍ଚ ୧୪-୧୫: ୨୪ ଘଣ୍ଟାରେ ମେଡିକାଲରେ ଭର୍ତ୍ତି ହେଲେ ୩ ରାଜନେତା ଓ ଜଣେ ଅଭିନେତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାର୍ଚ୍ଚ ମାସ ୧୪-୧୫ ତାରିଖ ଅନେକଙ୍କ ମନରେ ନିରାଶା ଭରି ଦେଇଛି । ମାତ୍ର ୨୪ ଘଣ୍ଟା ମଧ୍ୟରେ ଦେଶ ଓ ରାଜ୍ୟର ୪ ଜଣ ବିଶିଷ୍ଟ ବ୍ୟକ୍ତିବିଶେଷ ଜୀବନରେ ଦୁଃଖ ଭରି ଦେଇଛି । ଏହି ସ୍ୱଳ୍ପ ସମୟ ମଧ୍ୟରେ ୩ ଜଣ ରାଜନେତା ଓ ଜଣେ ଅଭିନେତା ଅସୁସ୍ଥ ହେବା ସହିତ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଗତକାଲି ଅର୍ଥାତ ୧୪ ତାରିଖରେ ପଶ୍ଚିମବଙ୍ଗ ମୁଖ୍ୟୃମନ୍ତ୍ରୀ ମମତା ବାର୍ଜୀଙ୍କ ମୁଣ୍ଡରେ ଏକ ଏକ୍ତ ଆଘାତ ଲାଗିଥିଲା । ତାଙ୍କର ମୁଣ୍ଡରୁ ରକ୍ତ ଝରୁଥିବା ନେଇ ଏକ ଫଟୋ ସାମ୍ନାକୁ ଆସିଥିଲା । ଏହି ଅଘଟଣ ପରେ ମମତାଙ୍କୁ କୋଲକତାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ସେହିପରି ଓଡ଼ିଶାର ରାଜନୀତି ସହ ଜଡ଼ିତ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଆଜି ଏକ ଭୟଙ୍କର ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ । ରେଢ଼ାଖୋଲ ନିକଟରେ ତାଙ୍କର ଗାଡ଼ି ସହ ଏକ ଟ୍ରକ ମୁହାଁମୁହିଁ ହେବା ଫଲରେ ଦୁର୍ଘଟଣରେ ପ୍ରସନ୍ନ, ତାଙ୍କର ପିଏସଓ ଏବଂ ଡ୍ରାଇଭର ଆହତ ହୋଇଥିଲେ । ଏହା ମଧ୍ୟରେ ପ୍ରସନ୍ନଙ୍କୁ ଏୟାରଲିଫ୍ଟ କରାଯାଉଛି । ଭୁବନେଶ୍ୱରରୁ ବରଗଡ଼ ଫେରିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା ।

ସେହିପରି ବଲିଉଡ ମେଗାଷ୍ଟାର ବିଗ୍ ବି’ ଅମିତାଭ ବଚ୍ଚନ ଶାରୀରିକ ଅସୁସ୍ଥତା କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କର ଗୋଡ଼ରେ ରକ୍ତ ଜମାଟ ବାନ୍ଧିବା କାରଣରୁ ମୁମ୍ବାଇର କୋକିଳାବେନ୍ ହସ୍ପିଟାଲରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି ହୋଇଥିଲା । ଏନେଇ ଅମିତାଭ ସୋସିଆଲ ମିଡ଼ିଆରେ ସୂଚନା ଦେବା ପରେ ଫ୍ୟାନ୍ସ ତାଙ୍କର ଆରୋଗ୍ୟ କାମନା କରିଥିଲେ । ସେହିପରି ବିହାରର ପୂର୍ବତନ ମନ୍ତ୍ରୀ ତଥା ଆରଜେଡି ପ୍ରମୁଖ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବ ମଧ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଛାତିରେ ଯନ୍ତ୍ରଣା ହେବା ପରେ ତେଜ ପ୍ରତାପଙ୍କୁ ସଙ୍ଗେସଙ୍ଗେ ପାଟନାର ରାଜେନ୍ଦ୍ର ନଗର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

Get real time updates directly on you device, subscribe now.