fbpx
BJD SKY
BJD SKY

BIG BREAKING: ବିଜେଡିରୁ ଇସ୍ତଫା ଦେଲେ ଅରିନ୍ଦମ ରାୟ

BJD

ଓଡ଼ିଶା ଭାସ୍କର: ରାଜ୍ୟ ରାଜନୀତିରୁ ଆସିଲା ପୁଣି ଏକ ବଡ଼ ଖବର। ବିଜେଡିରୁ ଇସ୍ତଫା ଦେଲେ ଅଭିନେତା ଅରିନ୍ଦମ ରାୟ। ସାଧାରଣ ସମ୍ପାଦକ ସହ ସେ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଏନେଇ ସେ ନିଜର ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି। ତେବେ ଅରିନ୍ଦମ ଏହି ଇସ୍ତଫା ପତ୍ରରେ ମୁଖ୍ୟମନ୍ତ୍ରୀଙ୍କୁ ନିଜର କ୍ଷୋବ ଜଣାଇଛନ୍ତି।

ଅରିନ୍ଦମ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି, ଯେ ତାଙ୍କ କାର୍ଯ୍ୟକୁ ଦଳରେ ମର୍ଯ୍ୟାଦା ମିଳୁନାହିଁ। ଅନେକ ଥର ଆପଣଙ୍କୁ ଭେଟିବାକୁ ଚାହୁଁଥିଲେ ବି ସୁଯୋଗ ମିଳୁନି। ତେବେ ଆପଣଙ୍କୁ ଭେଟିବାର ମାପଦଣ୍ଡ ପୂରଣ କରୁନଥିବା ଅନୁଭବ କରୁଛି। ସେହିପରି ଆପଣଙ୍କ ଦଳରେ ମୋର ସ୍ଥାନ କିଛି ନୁହେଁ ବୋଲି ଭାବୁଛି। ଆଶା ମୋ ପରିସ୍ଥିତି ବୁଝିବେ, ମୋ ଉପରେ କିଛି ଆକ୍ରୋଶ ରଖିବେନି ବୋଲି ଅରିନ୍ଦମ ଲେଖିଛନ୍ତି।

ସୂଚନା ଥାଉକି, ଗତ କିଛି ଦିନ ତଳେ ଅରିନ୍ଦମ ବିଜେଡି ଛାଡିବା ନେଇ ଖୁବ ଚର୍ଚ୍ଚା ଦେଖିବାକୁ ମିଳିଥିଲା। କିନ୍ତୁ ଏହି ଚର୍ଚ୍ଚାର କିଛି ଦିନ ନୀରବତା ପରେ ଆଜି ସେ ବିଜେଡି ଛାଡିଛନ୍ତି। ବିଜେଡିରୁ ଇସ୍ତଫା ଦେବା ପରେ ଅରିନ୍ଦମ ଇସ୍ତଫା ପତ୍ର ନିଜର ଫେସବୁକ ପେଜରେ ମଧ୍ୟ ସେୟାର କରିଛନ୍ତି। ତେବେ ଅରିନ୍ଦମ ବିଜେଡି ଛାଡି ବିଜେପିରେ ମିଶିବା ନେଇ ଦୀର୍ଘ ଦିନ ହେବ ଚର୍ଚ୍ଚା ହୋଇଆସୁଛି। ତେଣୁ ଅରିନ୍ଦମ ବିଜେଡିରୁ ଇସ୍ତଫା ଦେବା ପରେ ବର୍ତ୍ତମାନ କେଉଁ ଦଳରେ ସେ ସାମିଲ ହେବେ ସେନେଇ ଅନେକ ଚର୍ଚ୍ଚା ଜୋର ଧରିଛି।

Get real time updates directly on you device, subscribe now.