fbpx

(video)ଅବିଶ୍ୱସନୀୟ ବନ୍ଧୁତ୍ୱ, ମଣିଷ ଓ ସିଂହର ଏପରି ବନ୍ଧୁତ୍ୱ ଆପଣ ଆଗରୁ କେବେ ବି ଦେଖି ନ ଥିବେ

ଓଡ଼ିଶା ଭାସ୍କର: ସିଂହ ହେଉଛି ଜଙ୍ଗଲର ରାଜା ଓ ସବୁଠାରୁ ହିଂସ୍ର ଏବଂ ଭୟଙ୍କର ପ୍ରାଣୀ । କିନ୍ତୁ ତା’ ସହ ପୁଣି ବନ୍ଧୁତ୍ୱ କରିବା ଭଳି ଖବର ଆପଣଙ୍କୁ ଅବିଶ୍ୱାସ ମନେ ହେବ ନିଶ୍ଚୟ । କିନ୍ତୁ ସୋସିଆଲ ମିଡିଆରେ ଏବେ ଏପରି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ମଣିଷର ସିଂହ ସହ ବିରଳ ବନ୍ଧୁତ୍ୱର ଚିତ୍ର ସମସ୍ତଙ୍କୁ ଚକିତ କରିଦେଇଛି । ମଣିଷ ଏଠି ନିଜ ବୁଦ୍ଧି ବଳରେ ଜଙ୍ଗଲର ସବୁଠାରୁ ବଳବାନ ହିଂସ୍ର ଜୀବକୁ ବି ନିଜ ଆୟତ୍ତକୁ ଆଣିପାରିଛି । ସିଂହକୁ ତାଲିମ ଦେଇ ନିଜ ଇସାରାରେ ନଚାଇ ପାରୁଛି । ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳୁଛି ସିଂହ ଓ ମଣିଷ ପରସ୍ପର ସହ ଏପରି ଖେଳୁଛନ୍ତି ଯେପରି ଏମାନେ ପିଲାଦିନର ବନ୍ଧୁ । ଭିଡିଓଟି ଲୋକଙ୍କୁ ଚିନ୍ତା କରିବାକୁ ବାଧ୍ୟ କରିଛି ।

ଭିଡିଓରେ ପ୍ରଥମେ ଦେଖିବାକୁ ମିଳୁଛି କି ସିଂହ ପାଣି ପିଉଛି ଓ ପଛରୁ ମଣିଷ ଆସି ତାକୁ ଡରାଇବାକୁ ଚେଷ୍ଟା କରୁଛି । ସିଂହ ପଛକୁ ବୁଲି ଚାହିଁ ତା’ର ବନ୍ଧୁକୁ ଦେଖି ଜାଣିପାରୁଛି କି ଏହା କେବଳ ତା’ର ବନ୍ଧୁ ହିଁ କରିପାରିବ । ଏହାପରେ ସିଂହ ମଣିଷକୁ ପଛରୁ ଡରାଇବାକୁ ଚେଷ୍ଟା କରି ତା ଉପରେ ମିଛି ମିଛିକା ଆକ୍ରମଣ କରୁଛି । କିନ୍ତୁ ମଣିଷ ସିଂହର ଏପରି ଆଚରଣରେ ଏତିକି ଟିକେ ବି ଭୟ କରୁନାହିଁ । ପରବର୍ତ୍ତୀ ଭିଡିଓରେ ସିଂହ ଓ ମଣିଷ ଜଙ୍ଗଲରେ ଦୌଡାଦୌଡି ଖେଳ ଖେଳୁଛନ୍ତି । ଏହାପରେ ମଣିଷ ନିଜର ଦୁଇ ହାତ ମେଲାଇ ସିଂହକୁ ଡାକୁଛି ଓ ସିଂହ ଦୌଡି ଦୌଡି ଆସି ମଣିଷର ଛାତିରେ ଲାଗିଯାଉଛି । ଏହି ଭିଡିଓକୁ ଏକ୍ସରେ @TheFigen ନାମକ ଆକାଉଣ୍ଟରେ ସେୟାର କରାଯାଇଛି । ଭିଡିଓକୁ ଏ ପର୍ଯ୍ୟନ୍ତ ୨୨ ମିଲିୟନ ଲୋକ ଦେଖି ସାରିଲେଣି ।

Get real time updates directly on you device, subscribe now.