fbpx

ଶେଷ ପର୍ଯ୍ୟାୟ ମତଦାନ ପୂର୍ବରୁ ଚିଠି ଲେଖି ବିଜେପିକୁ ଟାର୍ଗେଟ୍ କଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ

Advertisement

ନୂଆଦିଲ୍ଲୀ: ପଞ୍ଜାବବାସୀଙ୍କୁ ଏକ ଚିଠି ଲେଖିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ଚିଠିରେ ସେ ବିଜେପି ସରକାରକୁ ଏକଛତ୍ରବାଦୀ ବୋଲି ଲେଖିଛନ୍ତି। ଯେଉଁଥିଲାଗି ଦେଶରେ ଏକଛତ୍ରବାଦ ଆଣିଛି। ସମ୍ବିଧାନ ଓ ଗଣତନ୍ତ୍ର ଉପରେ ଏହି ଏକଛତ୍ରବାଦୀ ସରକାରଙ୍କ କ୍ରମାଗତ ଆକ୍ରମଣରୁ ଦେଶକୁ ରକ୍ଷା କରିବା ପାଇଁ ଶେଷ ପର୍ଯ୍ୟାୟ ମତଦାନ ହିଁ ଏକମାତ୍ର ସୁଯୋଗ ବୋଲି ସେ କହିଛନ୍ତି। “ଜୁନ୍ ପହିଲାରେ ପଞ୍ଜାବର ୧୩ଟି ଲୋକସଭା ଆସନ ପାଇଁ ମତଦାନ ହେବ। ଗତ ୧୦ ବର୍ଷ ମଧ୍ୟରେ ବିଜେପି ସରକାର ପଞ୍ଜାବ, ପଞ୍ଜାବୀ ଲୋକଙ୍କୁ ଘୃଣା କରିବାର ଗୋଟିଏ ବି ସୁଯୋଗ ହାତଛଡ଼ା କରିନାହାନ୍ତି।

ପଞ୍ଜାବର ପାଖାପାଖି ୭୫୦ ଜଣ କୃଷକ ଦିଲ୍ଲୀ ସୀମାରେ ଧାରଣାରେ ମୃତ୍ୟୁବରଣ କରିଥିଲେ। ପ୍ରଧାନମନ୍ତ୍ରୀ ନିଜେ ଆମ କୃଷକମାନଙ୍କୁ ‘ଆନ୍ଦୋଳନଜୀବୀ’ ଏବଂ ପରଜୀବୀ କହିଥିଲେ। କୃଷକଙ୍କ ଦାବି ଥିଲା ଯେ ତିନୋଟି କୃଷି ଆଇନପ୍ରତ୍ୟାହାର କରାଯାଉ। ୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦ୍ୱିଗୁଣିତ କରିବାକୁ ମୋଦି ପ୍ରତିଶ୍ରୁତି ଦେଇଥିଲେ। ବିଗତ ୧୦ ବର୍ଷ ମଧ୍ୟରେ ତାଙ୍କ ନୀତି ଆମ କୃଷକଙ୍କ ଆୟ ଛଡ଼ାଇ ନେଇଛି।

କୃଷକମାନଙ୍କ ଆୟର ଜାତୀୟ ହାରାହାରି ଦୈନିକ ମାତ୍ର ୨୭ ଟଙ୍କା ଥିବା ବେଳେ ପ୍ରତ୍ୟେକ କୃଷକଙ୍କ ଉପରେ ହାରାହାରି ୨୭,୦ ଟଙ୍କାର ଋଣ ରହିଛି। ସେ କହିଛନ୍ତି ଯେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ୩.୭୩ କୋଟି କୃଷକଙ୍କ ପାଇଁ ୭୨,୦୦୦ ଟଙ୍କାର ଋଣ ଛାଡ଼ କରିଥିଲେ। ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ବୃଦ୍ଧି କରାଯାଇଛି। ଉତ୍ପାଦନ ବୃଦ୍ଧି ଓ ରପ୍ତାନିକୁ ପ୍ରୋତ୍ସାହିତ କରାଯାଇଥିଲା। ମନମୋହନ ସିଂହ ଏହା ମଧ୍ୟ କହିଛନ୍ତି ଯେ ସେ ଏହି ନିର୍ବାଚନ ପ୍ରଚାରକୁ ତୀକ୍ଷ୍ଣ ନଜର ରଖିଛନ୍ତି ଏବଂ ମୋଦୀଜୀଙ୍କୁ ଏଭଳି ଘୃଣ୍ୟ ଭାଷା ବ୍ୟବହାର କରୁଥିବା ଦେଖିଛନ୍ତି, ଯାହା ସମ୍ପୂର୍ଣ୍ଣ ବିଭାଜନକାରୀ।

ସେ ଲେଖିଛନ୍ତି, ମୋଦୀ ଜୀ ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ ଯିଏ କି ଭାଷଣସ୍ତର ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏତେ ତଳକୁ ଖସାଇ ଦେଇଛନ୍ତି। ଅତୀତରେ ଅନ୍ୟ କୌଣସି ପ୍ରଧାନମନ୍ତ୍ରୀ ଏତେ ଘୃଣା ଓ ଅସଂସଦୀୟ କଥା କହିନାହାନ୍ତି। ସେ ମୋ ବିଷୟରେ କିଛି ଖରାପ ବୟାନ ମଧ୍ୟ ଦେଇଥିଲେ । ମୁଁ ମୋ ଜୀବନରେ କେବେ ବି ଗୋଟିଏ ସମ୍ପ୍ରଦାୟକୁ ଅନ୍ୟ ସମ୍ପ୍ରଦାୟଠାରୁ ଅଲଗା ଭାବିନାହିଁ ।”

 

Get real time updates directly on you device, subscribe now.