fbpx
BSKY
BJD MC SKY
BJD YOUTH SKY

ଦୁଃଖ ଖବର: RBIର ପୂର୍ବତନ ଗଭର୍ଣ୍ଣରଙ୍କ ପରଲୋକ

ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ବିଶ୍ୱକପର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ତେବେ ଏହାକୁ ନେଇ ସାରା ଦେଶ ଉତ୍ସବମୁଖର ହୋଇ ଉଠିଥିବା ବେଳେ ଏହା ମଧ୍ୟରେ ଆସିଛି ଏକ ବଡ଼ ଦୁଃଖ ଖବର । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ପୂର୍ବତନ ଗଭର୍ଣ୍ଣରଙ୍କ ପରଲୋକ ଘଟିଛି । ଏନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଦେଶର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

ସୂଚନା ମୁତାବକ, ଆରବିଆଇର ପୂର୍ବତନ ଗଭର୍ଣ୍ଣର ଏସ. ଭେଙ୍କଟରମନନଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । ସେ ୧୯୯୦-୧୯୦୨ ମଧ୍ୟରେ ଆରବିଆଇ ଗଭର୍ଣ୍ଣର ଦାୟିତ୍ୱରେ ରହିଥିଲେ । ଏଥିସହିତ ତା’ ପୂର୍ବରୁ ସେ ୧୯୮୫ରୁ ୧୯୮୯ ମସିହା ପର୍ଯ୍ୟନ୍ତ ଦେଶର ଅର୍ଥ ମନ୍ତ୍ରଣାଳୟର ସଚିବ ଭାବେ କାର୍ଯ୍ୟ କରିଥିଲେ । ୧୯୯୦ ଦଶକରେ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ସ୍ତର ବଡ଼ ସଙ୍କଟଜନକ ସ୍ଥିତି ଦେଇ ଗତି କରୁଥିବା ସମୟରେ ସେ ଦାୟିତ୍ୱରେ ରହିଥିଲେ ।

ତେବେ ପ୍ରତିକୂଳ ପରିସ୍ଥିତି ରହିଥିବା ପରେ ବି ସେ ଦେଶକୁ ଆଗକୁ ଆଗେଇ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଶ୍ରୀ ଭେଙ୍କଟରମନନଙ୍କ ନେତୃତ୍ୱରେ ଅନ୍ତର୍ଜାତୀୟ ମୁଦ୍ରା କୋଷ (ଆଇଏମଏଫର) ସ୍ଥରୀକରଣ କାର୍ଯ୍ୟକ୍ରମକୁ ଗ୍ରହଣ କରାଯାଇଥିଲା । ଫଳରେ ଟଙ୍କାର ଅବମୂଲ୍ୟାୟନର ଆବଶ୍ୟକତା ପଡ଼ିଥିଲା ଓ ଆର୍ଥିକ ସୁଧାର ଆରମ୍ଭ ହୋଇଥିଲା । ସେ ୧୯୩୧ ମସିହା ଡିସେମ୍ବର ମାସ ୨୧ ତାରିଖରେ କେରଳର ତ୍ରାବଣକୋରରେ ଏକ ତାମିଲ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ କର୍ଣ୍ଣାଟକ ସରକାରଙ୍କ ପରାମର୍ଶଦାତା ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ପଦରେ ରହିଥିଲେ ।

Get real time updates directly on you device, subscribe now.