fbpx

ସମସ୍ତ ଜିଲ୍ଲା ଷ୍ଟାଡିୟମରେ ହେବ ବିଶ୍ୱକପ ଫାଇନାଲ ମ୍ୟାଚର ଲାଇଭ୍ ସ୍କ୍ରିନିଂ

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ ନଭେମ୍ବର ୧୯ ତାରିଖରେ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଦିନିକିଆ ବିଶ୍ୱକପର ଫାଇନାଲ ମ୍ୟାଚ ଖେଳାଯିବ । ୨୦୦୩ ପରେ ପ୍ରଥମ ଥର ପାଇଁ ଭାରତ ଓ ଅଷ୍ଟ୍ରେଲିଆ ବିଶ୍ୱକପ ମୁକୁଟ ପିନ୍ଧିବା ପାଇଁ ପରସ୍ପର ସହ ଲଢ଼ିବେ । ଭାରତ ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିବା ବେଳେ ଅଷ୍ଟ୍ରେଲିଆ ଦ୍ୱିତୀୟ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଏହି ସୁଯୋଗ ଲାଭ କରିଥିଲା ।

ତେବେ ଚଳିତ ଥର ବିଶ୍ୱକପ ଘରୋଇ ମାଟିରେ ଆୟୋଜିତ ହେଉଥିବାରୁ ଟିମ୍ ଇଣ୍ଡିଆ ପାଇଁ ବିଶ୍ୱ ଚାମ୍ପିୟନ ହେବାର ଏକ ବଡ଼ ସୁଯୋଗ ରହିଛି । ଅଧିନାୟକ ରୋହିତ ଶର୍ମା, କିଙ୍ଗ କୋହଲିଙ୍କ ବ୍ୟତୀତ ଅନ୍ୟ ବ୍ୟାଟ୍ସମ୍ୟାନମାନେ ଫୁଲ୍ ଫର୍ମରେ ରହିଛନ୍ତି । ସେହିପରି ଯଶପ୍ରୀତ ବୁମ୍ରା, ମହମ୍ମଦ ସିରାଜ, ମହମ୍ମଦ ଶାମୀ, କୁଲଦୀପ ଯାଦବ ଓ ଅଲରାଉଣ୍ଡର ରବୀନ୍ଦ୍ର ଜାଡ଼େଜାଙ୍କୁ ନେଇ ଭାରତୀୟ ବୋଲିଂ ବିଭାଗ ବେଶ୍ ଶକ୍ତିଶାଳୀ ହୋଇପାରିଛି ।

ତେବେ ବିଶ୍ୱକପ ପୂର୍ବରୁ ବହୁ ପୂର୍ବତନ କ୍ରିକେଟର ଓ ବ୍ୟକ୍ତିବିଶେଷ ଅନେକ ଭବିଷ୍ୟତବାଣୀ କରୁଛନ୍ତି । ଭାରତ ଫାଇନାଲରେ ବିଜୟୀ ହେଲେ ୧୦୦ କୋଟି ଟଙ୍କା ୟୁଜର୍ସଙ୍କୁ ବାଣ୍ଟିବେ ବୋଲି ଆଷ୍ଟ୍ରୋଟକ ସିଇଓ ଏକ ବଡ଼ ଘୋଷଣା କରିଛନ୍ତି । ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖୁସି ଖବର । ବିଶ୍ୱକପର ଲାଇଭ୍ ସ୍କ୍ରିନିଂ ସମସ୍ତ ଜିଲ୍ଲା ଷ୍ଟାଡିୟମରେ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏହାଫଳରେ କ୍ରିକେଟ ପ୍ରେମୀ ଏକତ୍ରିତ ହୋଇ ଫାଇନାଲ ମ୍ୟାଚକୁ ଉପଭୋଗ କରିପାରିବେ । କର୍ଣ୍ଣାଟକରୁ ଆସିଛି ଏଭଳି ଏକ ଖୁସି ଖବର ।

Get real time updates directly on you device, subscribe now.