fbpx

କାଲି କିଏ ଜିତିବ ବିଶ୍ୱକପ୍ ଫାଇନାଲ ମ୍ୟାଚ? ଜାଣନ୍ତୁ, ଏନେଇ କ’ଣ କହୁଛି ଜ୍ୟୋତିଷଙ୍କ ଭବିଷ୍ୟବାଣୀ…

ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଐତିହାସିକ ବିଶ୍ୱକପ ଫାଇନାଲ ମ୍ୟାଚ । ଫାଇନାଲ୍ ଟ୍ରଫି ହାତେଇବା ପାଇଁ ଉଭୟ ଦଳ ଏକଦମ ଫର୍ମରେ ଅଛନ୍ତି । ଏଥର ଭାରତ ହିଁ ଟ୍ରଫି ହାତେଇବ ବୋଲି ସବୁଠି ଚର୍ଚ୍ଚା ଚାଲିଛି । ଟିମ୍ ଇଣ୍ଡିଆର ବିଜୟ କାମନା କରି ଭାରତୀୟ ମାନେ ପୂଜାର୍ଚ୍ଚନା କରୁଛନ୍ତି । ସେହିପରି ମ୍ୟାଚକୁ ନେଇ ଅନେକ ଜ୍ୟୋତିଷମାନେ ନିଜର ଭବିଷ୍ୟବାଣୀ ମଧ୍ୟ ପ୍ରକାଶ କରିଛନ୍ତି। ଏହାରି ଭିତରେ ଜଣାଶୁଣା ଜ୍ୟୋତିଷ ସୁମିତ ବଜାଜ ବି ଏହି ମ୍ୟାଚକୁ ନେଇ ନିଜର ଭବିଷ୍ୟବାଣୀ କହିଛନ୍ତି ।

ଏଠାରେ କହି ରଖୁ କି, ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟାଚ ସମେତ ସମଗ୍ର ବିଶ୍ୱକପର ଅନେକ ମ୍ୟାଚର ଫଳାଫଳର ଭବିଷ୍ୟବାଣୀ ଜ୍ୟୋତିଷ ସୁମିତ ବଜାଜ ଠିକ ଭାବରେ କରି ସାରିଛନ୍ତି। ଜ୍ୟୋତିଷ ସୁମିତ ବଜାଜ ପୂର୍ବରୁ ଭବିଷ୍ୟବାଣୀ କରିଥିଲେ କୋହଲି ୨୦୨୩ ବିଶ୍ୱକପରେ ସର୍ବାଧିକ ଏକଦିବସୀୟ ଶତକ ହାସଲ କରିବାର ରେକର୍ଡ ଭାଙ୍ଗିବେ। ଆଉ ସତ କୁ ସତ ସେମିଫାଇନାଲରେ କୋହଲି ନ୍ୟୁଜିଲାଣ୍ଡ ବିପକ୍ଷରେ ୫୦ ତମ ଶତକ ହାସଲ କରିଥିଲେ।

ତେବେ ଆସନ୍ତାକାଲିର ଫାଇନାଲ ମ୍ୟାଚକୁ ନେଇ ମଧ୍ୟ ଜ୍ୟୋତିଷ ସୁମିତ ବଜାଜ ଭବିଷ୍ୟବାଣୀ ପ୍ରକାଶ କରିଛନ୍ତି । ଭାରତ କ୍ରିକେଟ ବିଶ୍ୱକପ ୨୦୨୩ ଜିତିବା ଉଚିତ ବୋଲି ଜ୍ୟୋତିଷ ସୁମିତ ବଜାଜ କହିଛନ୍ତି। ଏହି ବିଶ୍ୱକପରେ ଭାରତ ପାଇଁ ଟାଇଟଲ ଜିତିବା ଏକ କଠିନ ମ୍ୟାଚ ହେବ ଏବଂ ପ୍ୟାଟ କମିନ୍ସଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ପାଇଁ ତାଙ୍କୁ ଅନୁତାପ କରିବାକୁ ପଡ଼ିପାରେ ବୋଲି ବଜାଜ ସୋସିଆଲ ମିଡିଆ ପ୍ଲାଟଫର୍ମର ଏକ୍ସରେ ପୋଷ୍ଟ କରିଛନ୍ତି । ଏଥିରେ ସେ ବ୍ୟକ୍ତିଗତ ଖେଳାଳିଙ୍କ ପ୍ରଦର୍ଶନକୁ ଅନ୍ତର୍ଭୁକ୍ତ କରି ମ୍ୟାଚ ଫଳାଫଳର ଭବିଷ୍ୟବାଣୀ ପ୍ରକାଶ କରିଛନ୍ତି।

ଜ୍ୟୋତିଷ ସୁମିତ କହିଛନ୍ତି, ରୋହିତ ଶର୍ମାଙ୍କ ପ୍ରଭାବଶାଳୀ ଇନିଂସ ନେଇ କହିଛନ୍ତି ରୋହିତ ୭୫ ରନରୁ ଅଧିକ ସ୍କୋର କରିବାର ଆଶା ରହିଛି। ସେହିପରି ବିରାଟଙ୍କ ବ୍ୟାଟିଂ ଉପରେ ଦଳର ସ୍ଥିତି ନିର୍ଭର କରିବ ବୋଲି ସେ କହିଛନ୍ତି।

Get real time updates directly on you device, subscribe now.