fbpx

ମିଳିଲା ମୁଣ୍ଡବିହୀନ ମହିଳାଙ୍କ ପରିଚୟ

ଭୁବନେଶ୍ବର,୧୧ ।୨(ଓଡିଶା ଭାସ୍କର): ଭୁବନେଶ୍ୱର ଭରତପୁର-ଚନ୍ଦକା ରାସ୍ତାର ଦାଶପୁର ନିକଟରୁ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ପୋଲିସକୁ ମୃତ ମହିଳାଙ୍କ ପରିଚୟ ମିଳିଛି । ଖୁବଶୀଘ୍ର ସମସ୍ତ ତଥ୍ୟ କମିଶନରେଟ୍‌ ପୋଲିସ ପ୍ରେସମିଟ୍‌ ଜରିଆରେ ସୂଚନା ଦେବେ ବୋଲି ଜଣାପଡିଛି ।

ତେବେ ଗତ ୪ ତାରିଖ ଦିନ ଭୁବନେଶ୍ୱର ଅନ୍ଧାରୁଆ-ଦାସପୁର ରାସ୍ତା କଡରୁ ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିଥିଲା। ମହିଳାଙ୍କୁ ଆଣି ଏହିଠାରେ ହତ୍ୟା କରାଯାଇଛି ନା ବାହାରେ ହତ୍ୟାକରି ମହିଳାଙ୍କୁ ଏଠାରେ ଫୋପାଡି ଦିଆଯାଇଛି ତାର ତଦନ୍ତ ଜାରି ରଖିଛି କମିସନରେଟ ପୋଲିସ । ସେପଟେ ମହିଳାଙ୍କ ପରିଚୟ ମଧ୍ୟ ମିଳିପାରି ନ ଥିଲା। ମହିଳାଙ୍କ ପରିଚୟ ଜାଣିବା ପାଇଁ ଫିଙ୍ଗରପ୍ରିଣ୍ଟ ମ୍ୟାଚିଂ କରିବାକୁ ଯୋଜନା କରାଯାଉଥିବା ଗତକାଲି କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଥିଲା। ଏହା ସହ ପୋଲିସ ମହିଳାଙ୍କ ଶବକୁ ୨ ଥର ପୋଷ୍ଟମର୍ଟମ କରିଥିଲା ।

Get real time updates directly on you device, subscribe now.