fbpx

Video: ରାତିରେ ଭାଲୁ ଵନିଯାଇ ପଶୁଥିଲେ ଅନ୍ୟଘରେ, ଏବେ ପୋଲିସ ହାତରେ ସେହି ଭାଲୁ…

ଉଦଳା: ଆଗରେ ଦୌଡ଼ୁଥିଲା ଏ ବିରଳ ପ୍ରାଣି ଆଉ ପଛରେ ଗୋଡ଼ଉଥିଲା ପୋଲିସ। ଆଉ ଧରିଦେଲା ପରେ ନିଜେ ଡରିଲେ। କାରଣ ଧରିଲାପରେ ହଠାତ୍ ଲାଗିଥିଲା ଯେମିତି ଗୋଟିଏ ଭାଲୁ ମଣିଷ ପୋଷକ ପିନ୍ଦିପକାଇଛି। ଆଉ ଥାନା ପଯ୍ୟନ୍ତ ଆଣିବା ପରେ ମଧ୍ୟ ସେମିତି ମୁଖ ପିନ୍ଧିଥିଲେ। ଏମିତି ଅଧା ଭାଲୁ ଅଧା ମଣିଷ। ରହସ୍ୟ କିଛି ସମୟ ବିତିଗଲାପରେ ଜଣା ପଡ଼ିଲା। ସେହି ଅଜଣା ଜନ୍ତୁ ମୁଖା ପିନ୍ଦି ଚୋରିକରୁଥିବା ବେଳେ ଏଭଳି ମାଡିବ ସିଥିଲା ପେଲିସ୍।

ହାତରେ ଶାବଳ, ଛୁରୀ ଧରି ଆସୁଥିଲେ, ଘର କାନ୍ଥ ତାଡୁଥିଲେ ଆଉ ମୁହଁରେ ମୁଖା ପିନ୍ଧି ଘଟଣାସ୍ଥଳରୁ ସହଜରେ ଖସି ଯାଉଥିଲେ। ଦୀର୍ଘ ଦିନ ହେବ ଚାରି ଗୋଟି ଜିଲ୍ଲାରେ ନିଜର ଲୁଟର ସାମ୍ରାଜ୍ୟ ବିସ୍ତାର କରିଥିବା ଚାରି ଲୁଟେରାକୁ ଗିରଫ କରିଛି ଉଦଳା ପୋଲିସ୍। ଏହି ଲୁଟେରାମାନେ ଭିନ୍ନ ତରିକାରେ କରୁଥିଲେ ଲୁଟ୍ । ସ୍ଥାନୀୟ ଥାନା ବରବାଡି କେନାଲ ଛକ ନିକଟରେ ବିଳମ୍ବିତ ରାତିରେ ଲୁଟ୍ ନିମନ୍ତେ ପ୍ରସ୍ତୁତି କରୁଥିବା ବେଳେ ଚଢାଉ କରିଥିଲା ଉଦଳା ପୋଲିସ୍। ଘଟଣାସ୍ଥଳରୁ ଜଣେ ଲୁଟେରା କୌଶଳକ୍ରମେ ଖସି ଯାଇଥିବା ବେଳେ ଚାରି ଜଣ ଆନ୍ତଃଜିଲ୍ଲା ଲୁଟେରାଙ୍କୁ ଗିରଫ କରିଛି ଉଦଳା ପୋଲିସ୍ ।

ଏହି ଲୁଟେରାମାନେ ଭଦ୍ରକ ଜିଲ୍ଲା ଅଂଚଳର ହୋଇଥିବା ବେଳେ ଏମାନେ ଦୀର୍ଘ ବର୍ଷ ହେବ ମୟୂରଭଞ୍ଜ, ବାଲେଶ୍ୱର ସମେତ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲୁଟ୍‌ତରାଜ ଜାରି ରଖିଥିଲେ। ତେବେ ପୋଲିସ୍ ଏମାନଙ୍କୁ ଧରିବା ପରେ ସେମାନେ ଲୁଟ୍ କରିବା ନିମନ୍ତେ ବ୍ୟବହାର କରୁଥିବା ଶାବଳ, ଛୁରୀ, ପ୍ଲାସ୍ ସମେତ ଅନେକ ମାରଣାସ୍ତ୍ର ଏବଂ ୫ ଗୋଟି ମୋବାଇଲ୍ ପୋଲିସ୍ ଜବତ କରିଛି ।

ଗିରଫ ଲୁଟେରାମାନେ ହେଲେ ଚଣା ମୁଣ୍ଡା, ବାପୁନ ସିଂ, ରାଜା ମୁଣ୍ଡା ଏବଂ ଚଗୁଲୁ ମୁଣ୍ଡା। ଏହି ଲୁଟେରାମାନେ ପୂର୍ବରୁ ଉଦଳା, କପ୍ତିପଦା ଅଂଚଳରେ ହୋଇଥିବା ବିଭିନ୍ନ ଘରୁ ସିନ୍ଧି କରି ଲୁଟ୍ ଘଟଣାରେ ସଂପୃକ୍ତ ରହିଥିବା ପୋଲିସ୍ କହିଛି। ଏହା ସହିତ ଲୁଟେରାମାନେ ଲୁଟ୍ କରିବା ପରେ ମୁହଁରେ ମୁଖା ପିନ୍ଧି ଘଟଣାସ୍ଥଳରୁ ସହଜରେ ଖସିଯାଉଥିଲେ। ଏହି ଲୁଟେରାମାନେ ଆନ୍ତଃଜିଲ୍ଲା ଲୁଟେରା ହୋଇଥିବା ବେଳେ ଏହା ଗୋଟିଏ ର‌୍ୟାକେଟ୍ ହୋଇଥିବା ପୋଲିସ୍ ଅନୁମାନ କରି ତଦନ୍ତ ଜାରି ରଖିଛି । ଗିରଫ ସମସ୍ତ ଲୁଟେରାଙ୍କ ବୟସ ୧୯ ବର୍ଷରୁ ୨୨ ବର୍ଷ ମଧ୍ୟରେ ହୋଇଥିବା ବେଳେ ପୂର୍ବରୁ ଏହି ଲୁଟେରାମାନେ ଅନେକ ବାର ଲୁଟ୍ କରି ଗିରଫ ହୋଇ ଜେଲ୍ ମଧ୍ୟ ଯାଇଛନ୍ତି ।

Get real time updates directly on you device, subscribe now.