fbpx
BJD SKY
BJD SKY

ପ୍ରବଳ ବର୍ଷାରେ ଭୁଶୁଡ଼ିଲା ଛାତ: ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ

BJD

ନୂଆଦିଲ୍ଲୀ: ଉତ୍ତର ଭାରତର ଅଧିକାଂଶ ରାଜ୍ୟରେ ଏବେ ପ୍ରବଳ ବର୍ଷା ହେଉଛି । ବର୍ଷା କାରଣରୁ ପୂର୍ବରୁ ଅନେକ ଧନଜୀବନ ହାନୀ ହୋଇଥିବା ବେଳେ ଏହା ମଧ୍ୟରେ ସାମ୍ନାକୁ ଆସିଛି ପୁଣି ଏକ ବଡ଼ ଘଟଣା । ଭୀଷଣ ବର୍ଷା ପରେ ଗୋଟିଏ ପୁରୁଣା କୋଠା ଘରର ଛାତ ଭୁଶୁଡ଼ି ପଡ଼ିଥିଲା । ଫଳରେ ଉକ୍ତ ଘରେ ଥିବା ରହୁଥିବା ୪ ଜଣ ସଦସ୍ୟଙ୍କର ମୃତ୍ୟୁ ଘଟିଛି ।

ସୂଚନା ମୁତାବକ, ଉତ୍ତରପ୍ରଦେଶରୁ ଆସିଛି ଏଭଳି ଏକ ଭୟଙ୍କର ତଥା ଦୁଃଖଦ ଘଟଣା । ପ୍ରବଳ ବର୍ଷା କାରଣରୁ ଗୋଟିଏ ପୁରୁଣା କୋଠା ଘରର ଛାତ ଭୁଶୁଡ଼ି ପଡ଼ିଥିଲା । ଫଳରେ ଘଟଣାସ୍ଥଳରେ ଭଙ୍ଗା ଛାତର ମାଟି ତଳେ ପରିବାରର ସଦସ୍ୟମାନେ ଚାପି ହୋଇ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ସହିତ ରେସକ୍ୟୁ ଟିମ୍ ପହଞ୍ଚିବା ସହିତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ।

ଏହି ଘଟଣା ଘଟିବା ପରେ ଉକ୍ତ ଗ୍ରାମରେ ଲୋକଙ୍କର ଭିଡ଼ ଜମିବା ସହିତ ତୁମ୍ବିତୋଫାନ୍ ଦେଖିବାକୁ ମିଳିଥିଲା । ଘରର ଉପର ମହଲାରେ ମଙ୍ଗଳବାର ଦିନ ଲେଣ୍ଟର ଭର୍ତ୍ତି କରାଯାଇଥିଲା ଓ ପରିବାର ସଦସ୍ୟମାନେ ତଳ ମହଲାରେ ଶୋଇ ଯାଇଥିଲେ । ମାତ୍ର ଏହି ସମୟରେ ଲେଣ୍ଟର ଖସିବା ଫଳରେ ପରିବାରର ସମସ୍ତ ସଦସ୍ୟମାନେ ମାଟି ତଳେ ଚାପି ହୋଇ ରହିଯାଇଥିଲେ । ଫଳରେ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିଲା ।

Get real time updates directly on you device, subscribe now.