fbpx
BJD SKY
BJD SKY

ବରଗଡ଼ରେ ଚାଞ୍ଚଲ୍ୟ: ଜମି ବିବାଦ ପାଇଁ ବଂଶ ବୁଡ଼ିଗଲା, କ’ଣ ଦୋଷ କରିଥିଲେ ଛୋଟ ଭାଇଭଉଣୀ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜ୍ୟରେ ହତ୍ୟା ମାମଲା ବଢ଼ିବାରେ ଲାଗିଛି । ସାମାନ୍ୟ ଘଟଣାକୁ କେନ୍ଦ୍ର କରି, ଅଳ୍ପ କିଛି ଟଙ୍କା ପାଇଁ ଲୋକମାନେ ନିଜର ସମ୍ପର୍କୀୟଙ୍କ ଜୀବନ ନେବାକୁ ପଛଘୁଞ୍ଚା ଦେଉ ନାହାନ୍ତି । ତେବେ ଏହା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଜମିଜମା ବିବାଦକୁ କେନ୍ଦ୍ର କରି ଗୋଟିଏ ପରିବାରର ସମ୍ପୂର୍ଣ୍ଣ ଭାବେ ଉଜୁଡ଼ି ଯାଇଛି ।

ସୂଚନା ମୁତାବକ, ଜମିଜମା ମାମଲାକୁ କେନ୍ଦ୍ର କରି ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କୁ ହତ୍ୟା କରାଯାଇଛି । ବରଗଡ଼ ଜିଲ୍ଲାର ଭଟଲି ଥାନା ଅନ୍ତର୍ଗତ ଝିକିଝିକି ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମଳିଛି । ନିଜର ରକ୍ତର ସମ୍ପର୍କୀୟ ଏଭଳି ଏକ ବୀଭତ୍ସ କାଣ୍ଡ ଘଟାଇଛନ୍ତି । ଘର ଭିତରୁ ବାପା, ମାଆ, ପୁଅ, ଝିଅଙ୍କ ରକ୍ତାକ୍ତ ମୃତଦେହ ମିଳିଛି । ପୁଅକୁ ୧୫ ବର୍ଷ ହୋଇଥିବା ବେଳେ ଝିଅକୁ ୧୦ ବର୍ଷ ବୟସ ବୋଲି ଜଣାପଡ଼ିଛି ।

ତେବେ ଜମିଜମି ମାମଲାକୁ ନେଇ ପାରିବାରିକ ବିବାଦ ଦେଖାଦେଇଥିଲା । ଫଳରେ ଏକ କକା ଧାରୁଆ ଶାବଳରେ ସମସ୍ତଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି । ପୋଲିସ ଅଭିଯୁକ୍ତ କକାଙ୍କୁ ଅଟକ ରଖି ପଚରାଉଚରା କରୁଛି । ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏବେ ଚର୍ଚ୍ଚା ବିଷୟ ପାଲଟିଛି । ଏହା ପୂର୍ବରୁ ଗତ ୧୪ ତାରିଖରେ ସମ୍ବଲପୁରରେ ମଧ୍ୟ ସମାନ ଧରଣର ଏକ ମାମଲା ଦେଖିବାକୁ ମିଳିଥିଲା । ମାଆ ଓ ଦୁଇ ଛୁଆଙ୍କ ମୃତଦେହ ଗୋଟିଏ ବନ୍ଦ ଘରୁ ୫ ଦିନ ପରେ ମିଳିଥିଲା ।

Get real time updates directly on you device, subscribe now.