fbpx

ପୁଣି ଫେରୁଛି କରୋନା! ଜୁନରେ ଆସିପାରେ କୋଭିଡ-୧୯ର ନୂଆ ଲହର, ଚୀନ ଏକ୍ସପର୍ଟଙ୍କ ବୟାନକୁ ନେଇ ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ: ଦୀର୍ଘ ୩ ବର୍ଷ ଧରି ସାରା ବିଶ୍ୱକୁ ଆତଙ୍କିତ କରି ରଖିଥିବା କରୋନା ଭାଇରସକୁ ନେଇ ଚଳିତ ବର୍ଷ ପ୍ରାରମ୍ଭରେ ପୁଣି ଥରେ ଚିନ୍ତା ବଢ଼ିଯାଇଥିଲା । ବିଭିନ୍ନ ଦେଶରେ ଅଚାନକ ମାମଲା ବୃଦ୍ଧିକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ମଧ୍ୟ ଚେତାବନୀ ଜାରି କରିଥିଲା । ତେବେ ପରବର୍ତ୍ତୀ ସମୟରେ ମାର୍ଚ୍ଚ ମାସ ୫ ତାରିଖରେ କରୋନାକୁ ଗ୍ଲୋବାଲ ମହାମାରୀ ତାଲିକାରୁ ହଟାଯାଇଥିଲା । ଏନେଇ ହୁ’ ପକ୍ଷରୁ ଘୋଷଣା କରାଯାଇଥିଲା ।

ତେବେ କୋଭିଡ-୧୯କୁ ନେଇ ଏବେ ସମସ୍ତେ ଚିନ୍ତାମୁକ୍ତ ହୋଇଥିବା ବେଳେ ଏହା ମଧ୍ୟରେ ଆସିଛି ଏକ ଚିନ୍ତାଜନକ ଖବର । କରୋନାର ଆଉ ଏକ ଲହର ପୁଣି ଥରେ ଆସିବାର ସମ୍ଭାବନା ରହିଛି । ଆସନ୍ତା ଜୁନ ମାସରେ କୋଭିଡ-୧୯ର ନୂଆ ଲହର ଆସିପାରେ । ଗ୍ୱାଙ୍ଗଝୁରେ ଆୟୋଜିତ ଏକ ସାଇନ୍ସ ଫୋରମରେ ଯୋଗଦେବା ଅବସରରେ ଚୀନର ଜଣେ ଏକ୍ସପର୍ଟ ଝୋଙ୍ଗ ନାନଶାନ ଏଭଳି ଆଶଙ୍କା ବ୍ୟକ୍ତ କରିଛନ୍ତି । ଏଥିସହିତ କରୋନା ଭାଇରସର ଏକ୍ସବିବି ଭାରିଆଣ୍ଟ କବଳରୁ ରକ୍ଷା ପାଇବା ପାଇଁ ଚୀନ ୨ଟି ନୂଆ ଭ୍ୟାକ୍ସିକୁ ଖୁବଶୀଘ୍ର ବଜାରକୁ ଛାଡ଼ିବ ବୋଲି ସେ କହିଥିଲେ ।

ନାନଶାନ କହିଛନ୍ତି, ଗତ ଏପ୍ରିଲ ମାସ ଶେଷ ଓ ମେ ମାସ ପ୍ରାରମ୍ଭରେ କୋଭିଡର ଏକ ଛୋଟ ଲହର ପ୍ରତ୍ୟାଶିତ ଭାବେ ଆସିଥିଲେ । ଚଳିତ ମାସ ଶେଷ ସୁଦ୍ଧା କରୋନାର ଏକ ଛୋଟ ପିକ ଆସିବାର ଆଶଙ୍କା କରାଯାଉଛି । ଏଥିରେ ପ୍ରତି ସପ୍ତାହରେ ସଂକ୍ରମଣ ସଂଖ୍ୟା ପାଖାପାଖି ୪୦ ମିଲିୟନରେ ପହଞ୍ଚିପାରେ । ଜୁନ ମାସ ଶେଷ ସୁଦ୍ଧା ମହାମାରୀ ୬ କୋଟି ୫୦ ଲକ୍ଷ ଲୋକଙ୍କୁ ସଂକ୍ରମିତ କରାଇପାରେ । ଚୀନ ଅଧିକ ପ୍ରଭାବଶାଳୀ କୋଭିଡ-୧୯ ଟିକା ବିକଶିତ କରିଛି । ତେଣୁ ଏହି ମାମଲାରେ ଚୀନ ଅନ୍ୟ ଦେଶଠାରୁ ଆଗରେ ରହିଥିବା ସେ କହିଥିଲେ ।

Get real time updates directly on you device, subscribe now.