fbpx

ଏକସଙ୍ଗେ କନ୍ୟା ଘରେ ପହଞ୍ଚିଲେ ୪ ଜଣ ବର, ମାତ୍ର ସମସ୍ତେ ହେଲେ…ଶିଶୁପାଳ

Advertisement

ଭୋପାଳ, ୨୯ା୩: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ବିବାହ କରିବାକୁ ଯାଇଥିବା ୪ ଜଣ ବର ଶିଶୁପାଳ ହୋଇ ଫେରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ବରମାନେ ବିବାହ ପାଇଁ କନ୍ୟା ଘରେ ପହଞ୍ଚିବା ବେଳକୁ ଘରେ ତାଲା ପଡ଼ିଥିବା ଦେଖିବାକୁ ପାଇଥିଲେ । ବାଧ୍ୟହୋଇ ସମସ୍ତେ ନିରାଶ ହୋଇ ନିଜ ନିଜ ଘରକୁ ଫେରି ଆସିଥିଲେ ।

ଏହି ଘଟଣାଟିକୁ ନେଇ ପୋଲିସ ପ୍ରଥମେ ଚିନ୍ତାରେ ପଡ଼ିଯାଇଥିଲା । ଭୋପାଳର କୋଲାର ଅଞ୍ଚଳରେ ଏକ ଜନକଲ୍ୟାଣ ସମିତି ଦପ୍ତରର ଠିକଣା କନ୍ୟା ଜଣଙ୍କ ସମସ୍ତଙ୍କୁ ଦେଇଥିଲେ । ପାଖ ପଡ଼ିଶାଙ୍କୁ ପଚାରିବାରୁ ଜଣାପଡ଼ିଥିଲା ଯେ, ସେଠାରେ କନ୍ୟା କିମ୍ବା ତାଙ୍କ ପରିବାର ଲୋକ କେହି ରହୁ ନାହାନ୍ତି । ଏତଦବ୍ୟତୀତ କନ୍ୟା ଘର ଲୋକଙ୍କ ଫୋନ ନମ୍ବର ମଧ୍ୟ ବନ୍ଦ ରହିଥିଲା । ଏହି ଘଟଣା ନେଇ ଧାରା ୪୨୦ରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.