fbpx
BSKY
BJD SHG SKY
BJD YOUTH SKY

ଯାଇଥିଲେ ଚାକିରି ପାଇଁ, ଫେରିଲେ ଶବ ହୋଇ: ଦୁବାଇ ଅଗ୍ନିକାଣ୍ଡରେ ୪ ଭାରତୀୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ମୃତ୍ୟୁ କେତେବେଳେ ଆସିବ ତାହା କେହି ବି କହିପାରିବେ ନାହିଁ । ପ୍ରତିବର୍ଷ ଅର୍ଥ ରୋଜଗାରର ଲକ୍ଷ୍ୟ ନେଇ ବିଦେଶକୁ ହଜାର ହଜାର ଭାରତୀୟ ଯୁବକ, ଯୁବତୀ ଚାକିରି ସନ୍ଧାନରେ ଯାଇଥାନ୍ତି । ଆମେରିକା, କାନାଡ଼ା, ଅଷ୍ଟ୍ରେଲିଆ ପରି ଦେଶରେ ଭାରତୀୟମାନେ ଚାକିରି କରି ସେମାନଙ୍କ ପରିବାରକୁ ଅର୍ଥ ପଠାଇ ନିଜର ଆତ୍ମୀୟସ୍ୱଜନ ମୁହଁରେ ଖୁସି ଭରିଦେଇଥାନ୍ତି । ତେବେ ଏହି ଖୁସିର ସନ୍ଧାନ କରିବାକୁ ଯାଇ ବିଦେଶରେ ଶବ ପାଲଟି ଯାଇଛନ୍ତି ୪ ଜଣ ଭାରତୀୟ ।

ସୂଚନା ମୁତାବକ, ଦୁବାଇରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୬ ଜଣଙ୍କର ମୃତ୍ୟୁ ଘଟିଛି । ଏହି ମୃତକଙ୍କ ମଧ୍ୟରେ ୪ ଜଣ ଭାରତୀୟ ରହିଥିବା ବେଳେ ଦୁଜଜଣ କେରଳର ଓ ଅନ୍ୟ ଦୁଇଜଣ ତାମିଲନାଡ଼ୁର ବୋଲି ଜଣାପଡ଼ିଛି । ଏମାନେ ଯେଉଁ ବିଲଡିଂରେ କାମ କରୁଥିଲେ, ସେଠାରେ ନିଆଁ ଲାଗିଯାଇଥିଲା । ସଂଯୁକ୍ତ ଅରବ ଅମିତାର ଏକ ୭ ମହଲା ବିଶିଷ୍ଟ ବିଲଡିଂରେ ଅଗ୍ନିକାଣ୍ଡ ଘଟିବାରୁ ଏହି ପରିସ୍ଥିତ ସୃଷ୍ଟି ହୋଇଥିଲା ।

ଏହି ଅଗ୍ନିକାଣ୍ଡରେ କେରଳର ମଲାପ୍ପୁରମର ଦମ୍ପତ୍ତି ରିଜେଶ (୩୮) ଓ ତାଙ୍କ ପତ୍ନୀ ଜିଶି (୩୨) ମୃତ୍ୟୁବରଣ କରିଛନ୍ତି । ରିଜେଶ ଏକ ଟ୍ରାଭେଲ କମ୍ପାନୀରେ ଚାକିରି କରୁଥିବା ବେଳେ ଜିଶି କ୍ରିସ୍କେଣ୍ଟ ହାଇସ୍କୁଲରେ ଶିକ୍ଷିକା ଭାବେ କାର୍ଯ୍ୟ କରୁଥିଲେ । ସେହିପରି ତାମିଲନାଡ଼ୁର ଅବଦୁଲ ଖଦର ଓ ସାଲିକୁଣ୍ଡ ନାମକ ଦୁଇ ଜଣ ଯୁବକ ମଧ୍ୟ ଏଥିରେ ପ୍ରାଣ ପ୍ରାଣ ହରାଇଛନ୍ତି । ୪ ଭାରତୀୟଙ୍କ ବ୍ୟତୀତ ୩ ଜଣ ପାକିସ୍ତାନୀ ଓ ଜଣେ ନାଇଜେରିଆନ ମହିଳାର ମଧ୍ୟ ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.