fbpx
BJD SKY
BJD SKY

Data Entry Operator ଓ ଲ୍ୟାବ ଆଟେଣ୍ଡାଣ୍ଟ ପଦ ଖାଲି: ଆସନ୍ତା ୨୪ ସୁଦ୍ଧା ଆବେଦନ କରନ୍ତୁ

BJD

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଜାତୀୟ ଜୈବିକ ପ୍ରତିଷ୍ଠାନ (ଏନଆଇବି) ତରଫରୁ ଏକ ବଢ଼ିଆ ନିଯୁକ୍ତି ସୁଯୋଗ ଆସିଛି । ପ୍ରାର୍ଥୀଙ୍କୁ ଟେକ୍ନିକାଲ ସହଯୋଗୀ, ଡାଟା ଏଣ୍ଟ୍ରି ଅପରେଟର (ଡିଇଓ) ଓ ଲାବୋରେଟାରୀ ଆଟେଣ୍ଟାଣ୍ଟ ପଦରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ନିଯୁକ୍ତି ସମ୍ବନ୍ଧୀୟ ସବିଶେଷ ତଥ୍ୟ ପାଇ ପାରିବେ ।

ଆସନ୍ତା ୨୪ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କୁ ସେମାନଙ୍କର ଆବେଦନ ପତ୍ର ଇ-ମେଲ ମାଧ୍ୟମରେ ପଠାଇବାକୁ ପଡ଼ିବ । ଡିଇଓ ଏବଂ ଲାବୋରେଟାରୀ ପଦ ପାଇଁ ସର୍ବାଧିକ ବୟସ ୩୦ ବର୍ଷ ରହିଥିବା ଥିବା ଟେକ୍ନିକାଲ ସହଯୋଗୀ ପଦ ପାଇଁ ସର୍ବାଧିକ ବୟସ ୬୫ ବର୍ଷ ରହିଛି । ପ୍ରାର୍ଥୀମାନେ ସ୍ନାତକ, ଦ୍ୱାଦଶ, ଡିପ୍ଲୋମା / ଡିଗ୍ରୀ (ପ୍ରାସଙ୍ଗିକ ବିଷୟ)ରେ ପାସ୍ କରିଥିବା ଆବଶ୍ୟକ । ଟେକ୍ନିକାଲ ସହଯୋଗୀ ପଦ ପାଇଁ ୮ଟି, ଡାଟା ଏଣ୍ଟ୍ରି ଅପରେଟର ପଦ ପାଇଁ ୬ଟି ଓ ଲାବୋରେଟାରୀ ପଦ ପାଇଁ ୪୫ଟି ପୋଷ୍ଟ ଖାଲି ରହିଛି ।

ଟେକ୍ନିକାଲ ସହଯୋଗୀ ପଦ ପାଇଁ ପ୍ରାର୍ଥୀ ସ୍ନାତକ ପାସ କରିବା ସହିତ ସରକାରୀ ବିଭାଗ କିମ୍ବା ସ୍ୱୟଂଶାସିତ ସାଇଣ୍ଟିଫିକ ସଂସ୍ଥାରେ ୫-୧୦ ବର୍ଷର କାର୍ଯ୍ୟ ଅଭିଜ୍ଞତା ରହିଥିବା ଆବଶ୍ୟକ । ଡାଟା ଏଣ୍ଟ୍ରି ଅପରେଟର ପଦ ପାଇଁ ପ୍ରାର୍ଥୀ ସ୍ନାତକ ପାସ ସହିତ କମ୍ପ୍ୟୁଟ ବା ସେକ୍ରେଟାରିଆଲ ପ୍ରାକ୍ଟିସରେ ଡିପ୍ଲୋମା କରିଥିବେ । ସେହିପରି ଲ୍ୟାବୋରେଟୋରୀ ଆଟେଣ୍ଡାଣ୍ଟ ପଦ ପାଇଁ ପ୍ରାର୍ଥୀ ଯୁକ୍ତଦୁଇ ପାସ କରିବା ସହିତ ୧ ବର୍ଷର କାର୍ଯ୍ୟ ଅଭିଜ୍ଞତା ରହିଥିବା ଆବଶ୍ୟକ ।

ନୋଟିଫିକେସନ ଲିଙ୍କ: https://www.nib.gov.in/Docs/Adv.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.nib.gov.in/

Get real time updates directly on you device, subscribe now.