fbpx

ମୁମ୍ବାଇ ଇଣ୍ଡିଆନ୍ସ ଆଗରେ 186 ରନର ବିଜୟ ଲକ୍ଷ୍ୟ ରଖିଲା କୋଲକାତା, ଆଇପିଏଲରେ ପ୍ରଥମ ଶତକ ହାସଲ କଲେ ଭେଙ୍କଟେଶ ଆୟାର

ମୁମ୍ବାଇ: ଆଜି ସପ୍ତାହନ୍ତରେ ଆଇପିଏଲ୍‌ରେ ଦୁଇଟି ମ୍ୟାଚ୍ ଖେଳାଯିବ । ପ୍ରଥମ ମ୍ୟାଚ୍‌ରେ କୋଲକାତା ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଆଗରେ ୧୮୬ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି । କୋଲକାତା ପାଇଁ ଭେଙ୍କେଟେସ୍ ଆୟର ଶାନଦାର ଶତକ ହାସଲ କରିଥିଲେ । ବ୍ରେଣ୍ଡନ ମ୍ୟାକୁଲମଙ୍କ ପରେ କେକେଆର ପାଇଁ ଦ୍ୱିତୀୟ ଶତକ ଲଗାଇଛନ୍ତି ଭେଙ୍କେଟେଶ ଆୟର । ଆୟର ୧୦୪ ରନ୍ ସ୍କୋର କରି ଆଉଟ୍ ହୋଇଥିଲେ ।

ମ୍ୟାକ୍କୁଲମ୍ ୨୦୦୮ ର ପ୍ରଥମ ଆଇପିଏଲ୍ ସଂସ୍କରଣରେ ଶତକ ହାସଲ କରିଥିଲେ । ଯାହା ପରେ ୧୫ ବର୍ଷ ପାଇଁ କୌଣସି ଶତକ ଦଳ ପାଇଁ ଆସି ନଥିଲା ଏବଂ ବର୍ତ୍ତମାନ ଭେଙ୍କଟେଶ ଆୟର୍ ଏହି କୀର୍ତ୍ତିମାନ କରିଛନ୍ତି । ମୁମ୍ବାଇ ପାଇଁ ପୀୟୁଷ ଚାୱଲା, ଡୱେନ ଜନସନ, କାମେରନ ଗ୍ରୀନ ଏବଂ ରେଲି ମେରେଡିଥ ସମସ୍ତେ ଗୋଟିଏ ଲେଖାଏଁ ୱିକେଟ ପାଇଛନ୍ତି । ଏବଂ ହ୍ରିତିକ ଶୋକେନ୍ ୨ଟି ୱିକେଟ୍ ନେଇଥିଲେ । ଏହା ବ୍ୟତୀତ ଅର୍ଜୁନ ତେନ୍ଦୁଲକର ମୁମ୍ବାଇ ପାଇଁ ଡେବ୍ୟୁ କରିଥିଲେ ମଧ୍ୟ ତାଙ୍କୁ କୌଣସି ୱିକେଟ୍ ମିଳି ନଥିଲା ।

Get real time updates directly on you device, subscribe now.