fbpx

ପାଣି ଭର୍ତ୍ତି ଗାତରେ ପଡ଼ି ୪ ଶିଶୁଙ୍କ ମୃତ୍ୟୁ ଘଟଣା, ସହାୟତା ରାଶି ଘୋଷଣା କଲା ଜିଲ୍ଲା ପ୍ରଶାସନ

କୋରାପୁଟ: ପାଣି ଭର୍ତ୍ତି ଗାତରେ ପଡ଼ି ୪ ଶିଶୁ ମୃତ୍ୟୁ ଘଟଣାରେ ମୃତକଙ୍କ ପରିବାରକୁ ସହାୟତା ଘୋଷଣା କଲା ଜିଲ୍ଲା ପ୍ରଶାସନ । ଗୁରୁବାର ସଦର ଥାନା ମାଝୀଗୁଡ଼ାରେ ପାଣିରେ ବୁଡ଼ି ଏହି ୪ ଶିଶୁଙ୍କର ମୃତ୍ୟୁ ହୋଇଥିଲା । ତେବେ ଜିଲ୍ଲା ପ୍ରଶାସନ ତରଫରୁ ପ୍ରାକୃତିକ ବିପର୍ଯ୍ୟୟ ପାଣ୍ଠିରୁ ପ୍ରତି ପରିବାରକୁ ୪ ଲକ୍ଷ ସହାୟତା ଘୋଷଣା କରାଯାଇଛି ଏହାସହ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର, ରେଡକ୍ରସ ଫଣ୍ଡରୁ ୧୦ ହଜାର ଲେଖାଏଁ ଦିଆଯାଇଛି ।

ସୂଚନାଯୋଗ୍ୟ, କୋରାପୁଟ ସଦର ଥାନା ଦଶମନ୍ତପୁର ବ୍ଲକ୍ ମାଝୀଗୁଡ଼ାରେ ଗାଁରେ ଘଟିଛି ଏଭଳି ଦୁଃଖଦ ଘଟଣା । ରାସ୍ତା ନିର୍ମାଣ ବେଳେ ହୋଇଥିବା ଗାତରେ ପଡ଼ି ୪ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୩ ନାବାଳିକା ଓ ଜଣେ ନାବାଳକ ରହିଛନ୍ତି ।

ଘଟଣା ସଂପର୍କରେ ଖବର ପାଇ ପୋଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାରେ ଠିକାଦାର ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ଦଶମନ୍ତପୁର ତହସିଲଦାରଙ୍କୁ ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

Get real time updates directly on you device, subscribe now.