fbpx

କୁଡ଼ିଆ ଘରେ ନିଆଁ ଲାଗି ଗୋଟିଏ ପରିବାରର ୭ ଜୀବନ୍ତ ଦଗ୍ଧ: ମୃତକଙ୍କ ମଧ୍ୟରେ ରହିଛନ୍ତି ୫ ଶିଶୁ

ନିଆଁ ଲାଗି ଜଳିଗଲେ ଗୋଟିଏ ପରିବାରର ୭ ସଦସ୍ୟ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ପଞ୍ଜାବ ଲୁଧିଆନାରେ । ଯେଉଁଠାରେ ନିଆଁ ଲାଗି ୫ ଶିଶୁଙ୍କ ସହ ବାପା ମା’ଙ୍କ ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବ ଉଦ୍ଧାର କରିବା ସହ ଯାଞ୍ଚ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ବୁଧବାର ସକାଳେ ଏହି ଦୁଃଖଦ ଘଟଣା ଘଟିଛି । ଟିବ୍ୱା ରୋଡ୍ ନଗରପାଳିକା ଡମ୍ପ ୟାର୍ଡ ନିକଟରେ ଥିବା ଏକ କୁଡ଼ିଆ ଘରେ ନିଆଁ ଲାଗିଯାଇଥିଲା । ସମସ୍ତେ ଶୋଇଥିବାବେଳେ ଘରେ ନିଆଁ ଲାଗିଯାଇଥିଲା । ମୃତ ୫ ଶିଶୁଙ୍କ ମଧ୍ୟରେ ମଧ୍ୟରେ ୪ ଜଣ ଝିଅ ଓ ଜଣେ ପୁଅ ।

ଲୁଧିଆନା ସହାୟକ ପୋଲିସ ଆୟୁକ୍ତ ସୁରିନ୍ଦର ସିଂହ କହିଛନ୍ତି ଯେ ମୃତକମାନେ ଶ୍ରମିକ ଥିଲେ । ଏବଂ ଘରେ ଶୋଇଥିବା ଅବସ୍ଥାରେ ନିଆଁ ଲାଗି ସେମାନଙ୍କର ମୃତ୍ୟୁ ହୋଇଛି । ତେବେ ଏପର୍ଯ୍ୟନ୍ତ ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ ।

Get real time updates directly on you device, subscribe now.