fbpx
BSKY
BJD SHG SKY
BJD MC SKY

ମୋଦୀଙ୍କ ଟିମରେ ପଶ୍ଚିମବଙ୍ଗରୁ ୪ ନୂଆ ମୁହଁ, ବଢ଼ିବ ମମତାଙ୍କ ଟେନସନ୍

ନୂଆଦିଲ୍ଲୀ: ପଶ୍ଚିମଙ୍ଗରେ ବିଧାନସଭା ନିର୍ବାଚନ ସରିଥିଲେ ମଧ୍ୟ ବିଜେପି ଓ ଓ ଟିଏମସି ମଧ୍ୟରେ ଯୁଦ୍ଧ ଅବ୍ୟାହତ ରହିଛି ଓ ଏହା ଆଗକୁ ବୋଧହୁଏ ଜାରି ରହିବ । ଦୁଇଦିନ ତଳେ ପୁନର୍ଗଠିତ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟରେ ଦିଦିଙ୍କ ଗଡ଼ ପଶ୍ଚିମବଙ୍ଗରୁ ୪ ଜଣ ନୂଆ ଚେହେରା ସ୍ଥାନ ପାଇଛନ୍ତି । ତେବେ ରାଜନୀତିକ ସମୀକ୍ଷକଙ୍କ ମତରେ ଏହି ୪ ରଥୀ ଦିଦିଙ୍କ ରଥକୁ ରୋକିବାକୁ ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି । ଏହି ୪ ଜଣ ମନ୍ତ୍ରୀଙ୍କ ମଧ୍ୟରେ ୩ ଜଣ ପଛୁଆ ସମ୍ପ୍ରଦାୟର ଅଟନ୍ତି । ଏହି ନୂଆ ମୁହଁଙ୍କ ମଧ୍ୟରେ ଜନ୍ ବାର୍ଲା, ଶାନ୍ତନୁ ଠାକୁର, ନିଶୀଥ ପ୍ରମାଣିକ ଓ ସୁଭାଷ ସରକାର ସ୍ଥାନ ପାଇଛନ୍ତି ।

ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସଂଖ୍ୟାଲଘୁ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଜନ୍ ବାର୍ଲା । ବାର୍ଲା ଆଦିବାସୀ ସଂପ୍ରଦାୟରୁ ଆସିଥିବା ବେଳେ ଉତ୍ତର ବଙ୍ଗରେ ତାଙ୍କର ବେଶ୍ ଖାତିର୍ ରହିଛି । ଉତ୍ତର ବଙ୍ଗରେ ବିଜେପିର ସଂଗଠନ ବୃଦ୍ଧିରେ ବାର୍ଲାଙ୍କର ହାତ ରହିଛି ବୋଲି କୁହାଯାଏ । ୨୦୧୯ ଲୋକସଭା ଠାରୁ ଆରମ୍ଭ କରି ଚଳିତ ବର୍ଷ ବିଧାନସଭା ନିର୍ବାଚନରେ ଏହି ସ୍ଥାନରେ ବିଜେପି ଭଲ ପ୍ରଦର୍ଶନ କରିଛି । ତେଣୁ ବାର୍ଲାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇ ମୋଦୀ ମମତାଙ୍କ ଟେନସନ୍ ପୁଣି ଥରେ ବଢ଼ାଇ ଦେଇଛନ୍ତି । ସେହିପରି ଶାନ୍ତନୁ ଠାକୁର ବନ୍ଦର, ଜାହାଜ ଚଳାଚଳ, ଓ ଜଳମାର୍ଗ ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ବଗାଁରୁ ସାଂସଦ ଭାବେ ନିର୍ବାଚିତ ହୋଇଥିବା ଶାନ୍ତନୁଙ୍କୁ କ୍ୟାବିନେଟରେ ସାମିଲ କରିବା ମୋଦୀଙ୍କ ମାଷ୍ଟରଷ୍ଟ୍ରେକ୍ ବୋଲି କୁହାଯାଉଛି । କୁଚବିହାର ସାଂସଦ ନିଶୀଥ ପ୍ରମାଣିକ ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ନେଇଛନ୍ତି । ନିଶୀଥ ଟିଏମସିର ଜଣେ ଦୃଢ଼ ସଂଗଠକ ଥିବା ବେଳେ ପଶ୍ଚିମବଙ୍ଗରେ ମିଶନ ବେଙ୍ଗଲର ସେ ମୂଳଦୁଆ ପକାଇଥିଲେ । ତେଣୁ ତାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇ ତାଙ୍କର ଟିଏମସିକୁ ପ୍ରତ୍ୟାବର୍ତ୍ତନକୁ ରୋକଯାଇ ପାରିଛି ବୋଲି କୁହାଯାଉଛି । ସୁଭାଷ ସରକାରଙ୍କୁ ମନ୍ତ୍ରିମଣ୍ଡଳରେ ଶିକ୍ଷାମନ୍ତ୍ରୀ ଭାବେ ସାମିଲ କରାଯାଇଛି । ସୁଭାଷ ବାଙ୍କୁଡ଼ା ଲୋକସଭା ଆସନରୁ ସାଂସଦ ଥିବା ବେଳେ ବିଜେପିର ଉପସଭାପତି ଓ ସାଧାରଣ ସମ୍ପାଦକ ଭାବେ ସେ କାର୍ଯ୍ୟ ନିର୍ବାହ କରିଥିଲେ । ତେବେ ଉପରୋକ୍ତ ସମସ୍ତ ମନ୍ତ୍ରୀମାନେ ମୋଦିଙ୍କର ବିକାଶକୁ ଆଗେଇ ନେବାରେ ସହାୟକ ହେବା ସହ ମମତାଙ୍କୁ ରୋକିବାରେ ସଫଳ ହେବେ ବୋଲି ବିଜେପି ଆଶା ବାନ୍ଧିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.