fbpx
BSKY
BJD MC SKY
BJD YOUTH SKY

ବିଜେପି ନେତା ଶୁଭେନ୍ଦୁଙ୍କ ବିରୋଧରେ ମାମଲା ରୁଜୁ, ଆତ୍ମହତ୍ୟା ସହ ଜଡ଼ିତ ଥିବା ଅଭିଯୋଗ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ନେତା ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ୨୦୧୮ ମସିହାରେ ଜଡ଼ିତ ଏକ ମାମଲାରେ ବିଜେପି ନେତାଙ୍କ ବିରୋଧରେ ପୁଣି ଥରେ ଯାଞ୍ଚ ଆରମ୍ଭ ହୋଇଛି । ଏହି ମାମଲା ୨୦୧୮ରେ ଆତ୍ମହତ୍ୟା କରିଥିବା ଶୁଭେନ୍ଦୁ ଅଧିକାରୀଙ୍କ ଅଙ୍ଗରକ୍ଷୀଙ୍କ ସହ ଜଡ଼ିତ ।

୨୦୧୮ ମସିହା ଅକ୍ଟୋବର ୧୩ ତାରିଖରେ ଶୁଭେନ୍ଦୁଙ୍କ ଅଙ୍ଗରକ୍ଷୀ ସୁବ୍ରତ ଚକ୍ରବର୍ତ୍ତୀ କାଣ୍ଠି ସ୍ଥିତ ଭଡ଼ାଘରେ ପିସ୍ତଲରୁ ମୁଣ୍ଡରେ ଗୁଳି ଚଳାଇଥିଲେ । ଗୁଳି ଲାଗିବାର ୨ ଦିନ ପରେ ଏକ ଘରୋଇ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଥିଲା । ଶୁଭେନ୍ଦୁ ତାଙ୍କ ଅଙ୍ଗରକ୍ଷୀଙ୍କୁ ଆତ୍ମହତ୍ୟା କରିବାକୁ ଉସକାଉଥିଲେ ଓ ପରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିବା ଚକ୍ରବର୍ତ୍ତୀଙ୍କ ପତ୍ନୀ ଅଭିଯୋଗ କରିଥିଲେ । ଏନେଇ ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ କୋଣ୍ଟାଇର ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି ।

ଜଣାପଡ଼ିଛି ଯେ, ଏହି ଘଟଣା ସମୟରେ ଶୁଭେନ୍ଦୁ ଅଧିକାରୀ ତୃଣମୂଳ କଂଗ୍ରେସରେ ଥିଲେ ଓ ରାଜ୍ୟ ପରିବହନ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଥିଲେ । ପଶ୍ଚିମବଙ୍ଗର ପୋଲିସ ଅଜ୍ଞାତ ଲୋକଙ୍କୁ ବିରୋଧରେ ଆଇପିସି ଧାରା ୩୦୨ ଓ ୧୨୦ ବି ଅନୁଯାୟୀ ମାମଲା ରୁଜୁ କରିବା ସହ ଆରମ୍ଭରୁ ପୁଣି ଯାଞ୍ଚ କରୁଛି । ନିକଟରେ ଚକ୍ରବର୍ତ୍ତୀଙ୍କ ପତ୍ନୀ ତାଙ୍କ ସ୍ୱାମୀଙ୍କ ରହସ୍ୟମୟ ମୃତ୍ୟୁ ଘଟଣାର ତଦନ୍ତ ଦାବି କରି ଅଭିଯୋଗ କରିଥିଲେ । ତେବେ ଶୁଭେନ୍ଦୁ ଅଧିକାରୀ ପଶ୍ଚିବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ ସାମିଲ ହୋଇଥିଲେ ଓ ନନ୍ଦୀଗ୍ରାମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହରାଇଥିଲେ । ବିଜେପି ତାଙ୍କୁ ପଶ୍ଚିମବଙ୍ଗର ବିରୋଧୀ ଦଳର ନେତା ଭାବେ ନିଯୁକ୍ତ କରିଛି ।

Get real time updates directly on you device, subscribe now.