fbpx

ଜୁଲାଇ ୩୧ ସୁଦ୍ଧା ପ୍ରକାଶ ପାଇବ +୨ ରେଜଲ୍ଟ, ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୩୧ ତାରିଖ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ଦୁଇ ରେଜଲ୍ଟ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମତେ ଏହି ନିର୍ଦ୍ଧାରିତ ତାରିଖ ମଧ୍ୟରେ ରେଜଲ୍ଟ ପ୍ରକାଶ ପାଇଁ ପ୍ରସ୍ତୁତି ଚାଲିଛି । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ପୂର୍ବରୁ ଅଗଷ୍ଟ ମାସ ଦ୍ୱିତୀୟ ସପ୍ତାହରେ ଫଳ ପ୍ରକାଶ ପାଇବ ବୋଲି ଘୋଷଣା କରାଯାଇଥିଲା ।

ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ, ମାଟ୍ରିକ ପରି ଯୁକ୍ତଦୁଇ ରେଜଲ୍ଟ ପାଇଁ ବ୍ୟକଳ୍ପ ବ୍ୟବସ୍ଥା ଗ୍ରହଣ କରାଯିବ । ଯଦି କୌଣସି ସମସ୍ୟା ହୁଏ, ତେବେ ଦିନେ ବା ଦୁଇଦିନ ରେଜଲ୍ଟ ପ୍ରକାଶ କରିବାରେ ବିଳମ୍ବ ଘଟିପାରେ । ସୂଚନା ଯୋଗ୍ୟ ଯେ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଦଶମ ବୋର୍ଡ ଓ ଯୁକ୍ତ ଦୁଇ ପରୀକ୍ଷା ବାତିଲ୍ କରିଦେଇଥିଲେ । ମାତ୍ର କେଉଁ ଆଧାରରେ ପରୀକ୍ଷା ଫଳାଫଳ ପ୍ରକାଶ କରାଯିବ, ସେନେଇ ବହୁ ବିଚାରବିମର୍ଶ ଚାଲିଥିଲା । ତେବେ ଯୁକ୍ତ ଦୁଇ ପରୀକ୍ଷା ମୂଲ୍ୟାୟନ ନେଇ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଥିଲା । ବାରମ୍ବାର ବୈଠକ ହେବା ପରେ ଦଶମ ପରୀକ୍ଷା ମାର୍କ ଭିତ୍ତିରେ ଯୁକ୍ତଦୁଇ ମୂଲ୍ୟାୟନ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ରେଜଲ୍ଟ ପ୍ରକାଶ ପରେ ବହୁ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ମଧ୍ୟରେ ରହିଛନ୍ତି । ଯେଉଁ ଛାତ୍ରଛାତ୍ରୀମାନେ ଅସନ୍ତୁଷ୍ଟ ରହିଛନ୍ତି, ସେମାନେ ଅଫଲାଇନରେ ପରୀକ୍ଷା ଦେବା ପାଇଁ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପାଇଛି ।

Get real time updates directly on you device, subscribe now.