fbpx

୨୦୨୧-୨୨ ସିଜନ୍ ପାଇଁ ନୂଆ ନିୟମ: ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ପାଇଁ PhD ଓ NET ବାଧ୍ୟତାମୂଳକ

ନୂଆଦିଲ୍ଲୀ: ୨୦୨୧-୨୨ ଏକାଡେମିକ୍ ଅଧିବେଶନର ନୁତନ ନିୟମ ଅନୁଯାୟୀ ବିଶ୍ୱବିଦ୍ୟାଳୟରେ ଶିକ୍ଷକ ଭାବରେ ନିଯୁକ୍ତି ପାଇଁ ପିଏଚଡି ଡିଗ୍ରୀ ଏବଂ ନେଟ୍ (NET) କୁ ବାଧ୍ୟତାମୂଳକ । ତେବେ ଏହି ନିୟମ ୨୦୧୮ରେ ପ୍ରବର୍ତ୍ତିତ ହୋଇଥିବା ବେଳେ ଚଳିତ ବର୍ଷ ଏହା କାର୍ଯ୍ୟକାରୀ ହେବ ।

ପୁର୍ବରୁ ଯେଉଁ ମାନେ ପିଏଚଡି ଡିଗ୍ରୀ ହାସଲ କରୁଥିଲେ କିମ୍ବା ନେଟ୍ ମାଷ୍ଟର ଡିଗ୍ରୀ ହାସଲ କରୁଥିଲେ ସେହି ପ୍ରାର୍ଥୀ ହିଁ ବିଶ୍ୱବିଦ୍ୟାଳୟରେ ଆସିଷ୍ଟାଣ୍ଟ ପ୍ରଫେସର ଅବା ପ୍ରବେଶ ସ୍ତରୀୟ ପଦବୀ ପାଇଁ ଆବେଦନ ଯୋଗ୍ୟ ହେଉଥିଲେ । ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ସମୟରେ, ନେଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀଙ୍କୁ ୫ ରୁ ୧୦ ମାର୍କ ଦିଆଯାଉଥିବାବେଳେ ପିଏଚଡି ପ୍ରାର୍ଥୀଙ୍କୁ ୩୦ ମାର୍କର ୱେଟେଜ୍ ଦିଆଯାଉଥିଲା। ହେଲେ ବର୍ତ୍ତମାନ ଠାରୁ ନୁଆ ନିୟମ ଆଧାରରେ ଯେଉଁ ମାନେ ନେଟ୍ କ୍ଲିୟର୍ କରିବା ସହିତ ପିଏଚଡ଼ି କରିଥିବା ପ୍ରାର୍ଥମାନଙ୍କୁ ବିଶ୍ଵବିଦ୍ୟାଳୟ ରେ ଶିକ୍ଷକ ଭାବରେ ନିଯୁକ୍ତି ମିଳିପାରିବ ।

୨୦୧୮ରେ ୟୁଜିସିର ନୁଆ ନିୟମକୁ ନେଇ ତତ୍କାଳୀନ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର୍ ଘୋଷଣା କରିଥିଲେ । ସେ କହିଥିଲେ ଯେ, ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ଭାବରେ ନିଯୁକ୍ତି ପାଇଁ ପିଏଚଡି ଉତ୍ତୀର୍ଣ୍ଣ କରିଥିବା ବାଧ୍ୟତାମୂଳକ ହେବ । ଏଥିପାଇଁ ତିନି ବର୍ଷର ସମୟ ଦିଆଯାଇଥିଲା । ତେଣୁ ୨୦୨୧ରୁ ବିଶ୍ୱବିଦ୍ୟାଳୟରେ ଆସିଷ୍ଟାଣ୍ଟ ପ୍ରଫେସର(ପ୍ରବେଶ ସ୍ତରୀୟ ପଦବୀ) ପାଇଁ ପିଏଚଡି ଧାରକ ହୋଇଥିବା ଦରକାର ।

Get real time updates directly on you device, subscribe now.