fbpx

ଚାଦରରେ ଦେହ ଲୁଚାଉଛନ୍ତି ଜ୍ୟାକଲିନ୍, ଭାଇରାଲ୍ ହେଲା ଫଟୋ

ଓଡ଼ିଶା ଭାସ୍କର ବ୍ୟୁରୋ: ପୁଣି ଖୋଲାଦେହରେ ଫଟୋ ଶୁଟ୍ କଲେ ସୁନ୍ଦରୀ ଜ୍ୟାକଲିନ୍ ଫର୍ଣ୍ଣାଡିଜ୍ । ତାଙ୍କର ଏହି ଟପ୍ ଲେସ୍ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ବଲିଉଡ୍ ର ଖ୍ୟାତନାମା ଫଟୋଗ୍ରାଫର ଡବୁ ରତନାନୀ ଏହି ଫଟୋ ସେଆର୍ କରିଛନ୍ତି ।

Jacquline in 2016 and 2019

ଜ୍ୟାକଲିନଙ୍କୁ ଏହି ଫଟୋରେ ଟପ୍ ଲେସ୍ ହୋଇ ଏକ ଚାଦରରେ ଢାଙ୍କି ହେବା ଦେଖାଯାଉଛି । ଡବୁ ରତନାନୀଙ୍କ କ୍ୟାଲେଣ୍ଡର ପାଇଁ ଜ୍ୟାକଲିନ୍ ଏଭଳି ଫଟୋ ଶୁଟ୍ କରିଛନ୍ତି । ବେଡ୍ ଉପରେ ବସି ଏକ ଧଳା ଚାଦରରେ ନିଜ ଶରୀରକୁ ଲୁଚାଇବାକୁ ଜ୍ୟାକଲିନ ଚେଷ୍ଟା କରୁଥିବା ନଜରରେ ଆସିଛନ୍ତି । ଏଥିସହ ସେ ଖୁବ୍ ସୁନ୍ଦରୀ ଆଉ ହଟ୍ ଲାଗୁଛନ୍ତି । ତେବେ ଏଠାରେ ସୂଚନା ଯୋଗ୍ୟ ଯେ ଏହା ପୂର୍ବରୁ ମଧ୍ୟ ଜ୍ୟାକଲିନ୍ ଖୋଲାଦେହରେ ଫଟୋ ଶୁଟ୍ କରିସାରିଥିଲେ । ୨୦୧୯ରେ ଜ୍ୟାକଲିନ୍ ଧଳା ଟାୱଲ ପିନ୍ଧି ଫଟୋ ଶୁଟ୍ କରିଥିଲେ ଓ ଟପ୍ ଲେସ୍ ରହିଥିଲେ । ସେଥିରେ ସେ ପବନରେ କୁଦା ମାରୁଥିବା ବା ଡେଉଁଥିବା ନଜରରେ ଆସିଥିଲେ । ଠିକ ସେହିପରି ୨୦୧୬ରେ ସେ ବକ୍ସିଂ ଗ୍ଲୋଭ୍ସ ପିନ୍ଧିଥିବା ନଜରରେ ଦେଖାଦେଇଥିଲେ ।

 

View this post on Instagram

 

A post shared by Dabboo Ratnani (@dabbooratnani)

ଏଇ ନିକଟରେ ଜ୍ୟାକଲିନଙ୍କ ‘ପାନି-ପାନି’ ଗୀତ ରିଲିଜ୍ ହୋଇଛି, ଯାହା ଖୁବ୍ ଲୋକପ୍ରିୟ ହୋଇପାରିଛି । ଆଗକୁ ସଲମାନଙ୍କ ଫିଲ୍ମ ‘କିକ୍-୨’ରେ ଜ୍ୟାକଲିନ୍ ଦେଖାଦେବେ । ଏଥିସହ ରୋହିତ୍ ଶେଟ୍ଟୀଙ୍କ ଫିଲ୍ମ ‘ସର୍କସ’ ଏବଂ ଆଉ ଏକ ଫିଲ୍ମ୍ ‘ଭୂତ ପୁଲିସ୍’ରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିବ । ପ୍ରକାଶ ଥାଉକି ପ୍ରଫେସନାଲ୍ ଲାଇଫରେ ଜ୍ୟାକଲିନ୍ ଯେମିତି ଆକ୍ଟିଭ୍, ଠିକ୍ ସେମିତି ସୋସିଆଲ୍ ମିଡିଆରେ ସମ୍ପୂର୍ଣ୍ଣ ସକ୍ରିୟ ରୁହନ୍ତି ଜ୍ୟାକଲିନ୍ । ନିଜର ଚଳଚ୍ଚିତ୍ର ସମ୍ପର୍କରେ ସେ ନିଜ ଫ୍ୟାନ୍ସମାନଙ୍କ ସହ କ୍ରମାଗତ ସେଆର୍ କରିଥାନ୍ତି । ସେହିପରି ଫଟୋ ଓ ଭିଡିଓ ପୋଷ୍ଟ କରିବାକୁ ଭୁଲନ୍ତିନି ସୁନ୍ଦରୀ ଜ୍ୟାକଲିନ୍ । ଫଳରେ ଇନଷ୍ଟାଗ୍ରାମରେ ତାଙ୍କର ୫୨୦ରୁ ଅଧିକ ଫଲୋର୍ସ ରହିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.