fbpx
BSKY
BJD MC SKY
BJD YOUTH SKY

ଖାତାରୁ କଟିଯାଉଛି କିନ୍ତୁ ଏଟିଏମରୁ ବାହାରୁନି ଟଙ୍କା, ତେବେ ଏହି ଉପାୟରେ ଫେରିପାଆନ୍ତୁ…..

ଓଡ଼ିଶା ଭାସ୍କର ବ୍ୟୁରୋ: ଅନେକ ସମୟରେ ଲୋକ ମାନେ ବ୍ୟାଙ୍କକୁ ନଯାଇ ଟଙ୍କା ଉଠାଇବା ପାଇଁ ଏଟିଏମ୍ ର ସହାୟତା ନେଇଥାନ୍ତି । କିନ୍ତୁ ଏଥିରେ ଅନେକ ସମୟରେ ଦେଖିବାକୁ ମିଳେ ଯେ, ଏଟିଏମ୍ ମେସିନ୍ ରେ କିଛି ଯାନ୍ତ୍ରିକ ତ୍ରୁଟି କାରଣରୁ ଟଙ୍କା ଉଠାଇବା ବେଳେ ଅନେକ ସମସ୍ୟା ଦେଖା ଦେଇଥାଏ । ଯେପରିକି ଖାତାରୁ ଟଙ୍କା କଟିଯାଏ କିନ୍ତୁ ଏଟିଏମ୍ ରୁ ଟଙ୍କା ଉଠେନାହିଁ । ଏଥିସହ ଏଟିଏମ୍ ଜନିତ ଅନ୍ୟ ପ୍ରକାରର ସମସ୍ୟା ଦେଇ ଗତି କରିବାକୁ ପଡ଼େ । ତେବେ ଏଭଳି ଅସୁବିଧାରେ ଯଦି ଆପଣ କେବେ ପଡ଼ନ୍ତି ତେବେ କିପରି ନିଜର କଟିଯାଇଥିବା ଟଙ୍କା ଫେରିପାଇବେ? ଜାଣିବା ପାଇଁ ଆପଣ ମାନେ ପୂରା ଖବରକୁ ପଢ଼ନ୍ତୁ ।

ପ୍ରଥମତଃ ଯଦି ଆପଣ ଏସବିଆଇ ଗ୍ରାହକ ତେବେ ଆପଣ ଏଟିଏମ୍ ଜନିତ କିଛି ଅସୁବିଧାର ସମ୍ମୁଖୀନ ହେଲେ ବ୍ୟାଙ୍କରେ ଯାଇ ଅଭିଯୋଗ କରିପାରନ୍ତି । ଏନେଇ ବ୍ୟାଙ୍କ ପକ୍ଷରୁ ଟୁଇଟର୍ ମାଧ୍ୟମରେ ସବିଶେଷ ସୂଚନା ଦିଆଯାଇଛି । ତେବେ ଏନେଇ ଅଭିଯୋଗ କରିବା ପ୍ରକ୍ରିୟା ବିଷୟରେ ଆପଣମାନେ ଜାଣିଛନ୍ତି କି?
ସାଧାରଣତଃ ଆରବିଆଇର ନିୟମାନୁସାରେ, ଏପରି କିଛି ସମସ୍ୟା ଉପୁଜିଲେ ବ୍ୟାଙ୍କର କାର୍ଯ୍ୟ ଦିବସ ମଧ୍ୟରେ ବିନା କୌଣସି ଅଭିଯୋଗରେ ଆପଣଙ୍କ ଖାତାକୁ ଟଙ୍କା ରିଟର୍ଣ୍ଣ ହୋଇଯିବ । କିନ୍ତୁ ଏହା ପରେ ବି ଯଦି ଟଙ୍କା କ୍ରେଡିଟ୍ ନହୁଏ ତେବେ ଏନେଇ ଆପଣ ଅଭିଯୋଗ କରିପାରିବେ । ଆପଣମାନେ ଘରେ ବସି ଅନଲାଇନ୍ ରେ ମଧ୍ୟ ଅଭିଯୋଗ କରିପାରିବେ । ଆଉ ଏଥିପାଇଁ ଆପଣଙ୍କୁ ବ୍ୟାଙ୍କ ପକ୍ଷରୁ ଦିଆଯାଇଥିବା ଏହି ଲିଙ୍କ୍ କୁ ଫଲୋ କରିବାକୁ ପଡ଼ିବ ।

ଏଥିରେ ଆପଣ /crcf.sbi.co.in/ccf/ under Existing Customer //ATM related//ATM related//Account Debited but cash not dispensed କାଟାଗୋରୀକୁ ଯାଇ ଅଭିଯୋଗ ଦର୍ଜ କରିପାରିବେ । ଆଉ ଯଦି ଆପଣଙ୍କର ଅନ୍ୟ କୌଣସି ସମସ୍ୟା ହେଉଛି ତେବେ ଆପଣ କାଟାଗୋରୀକୁ ବଦଳାଇପାରିବେ । ଏହା ବ୍ୟତୀତ ଆପଣ ଏସବିଆଇ ର ହେଲପ୍ ଲାଇନ୍ ନମ୍ବର ୧୮୦୦ ୧୧ ୨୨୧୧ ଓ ୧୮୦୦ ୪୨୫ ୩୮୦୦କୁ କଲ୍ କରି ପାରିବେ ।

 

Get real time updates directly on you device, subscribe now.