fbpx

ଆସିଫାକୁ ନିର୍ଯାତନା ଘଟଣା: ବାପା, ସାବତ ମା’ ଗିରଫ

ବାଲିପାଟଣା: ବାଲିପାଟଣା ଥାନା ଅଞ୍ଚଳରେ ନାବାଳିକାଙ୍କୁ ନିର୍ଯାତନା ଦିଆଯିବା ଘଟଣାରେ ଆଜି ପୁଲିସ୍ ପଦକ୍ଷେପ ନେଇଛି । ଏହି ପରିପ୍ରେକ୍ଷୀରେ ଆଜି ପୁଲିସ୍ ନାବାଳିକାର ବାପା,ସାବତ ମାଆଙ୍କୁ ଗିରଫ କରିଛି । ନିର୍ଯାତନାର ଶିକାର ହୋଇଥିବା ନାବାଳିକାଙ୍କୁ ପୁଲିସ୍ ଗତକାଲି ଚାଲଲ୍ଡ ଲାଇନ୍ ପକ୍ଷରୁ ପୁଲିସ୍ ପାଖକୁ ଚିଠି ମାଧ୍ୟମରେ ଅଭିଯୋଗ କରାଯାଇଥିଲା । ସେ ବର୍ତ୍ତମାନ କ୍ୟାପିଟାଲ୍ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ଗିରଫ ପରେ ପୁଲିସ୍ ଏବେ ପୂରା ମାମଲାର ଯାଞ୍ଚ କରିବ ।

ସୂଚନାଯୋଗ୍ୟ, ନାବାଳିକାଙ୍କୁ ବାପା ଓ ସାବତ ମାଆ ଦୁହେଁ ଅକଥନୀୟ ନିର୍ଯାତନା ଦେଉଥିଲେ । ଏନେଇ ଶିଶୁକନ୍ୟା ନିଜେ ମୁହଁ ଖୋଲି କହିଥିଲେ । ତାଙ୍କୁ ଦେଢ଼ ବର୍ଷ ହେବ ନିଜ ଘର ବାରଣ୍ଡାରେ ବାପା ଶିକୁଳିରେ ବାନ୍ଧି ରଖିଥିଲେ । ଏଥିସହିତ ସାବତ ମାଆ ବିନା କୌଣସି କାରଣରେ ନାବାଳିକାଙ୍କୁ ମାରୁଥିଲେ । ଗରମ ପାଣି ମଧ୍ୟ ଢ଼ାଳିଦେଉଥିଲେ । ତାଙ୍କୁ କେବଳ ଭାତ ଓ ଲୁଣ ଖାଇବାକୁ ଦେଉଥିଲେ । ଏପରିକି ସାବତ ମାଆ ଗରମ ଚଟୁ ଓ ଝାଡ଼ୁରେ ମାଡ଼ ମାରୁଥିଲେ । ଖାଲି ସେତିକି ନୂହେଁ ମାସ ମାସ ଧରି ତାଙ୍କୁ ଉପାସରେ ମଧ୍ୟ ରହିବାକୁ ପଡ଼ିଥିବା ଚାଇଲ୍ଡଲାଇନ୍ ତଦନ୍ତରୁ ଜଣାପଡ଼ିଛି । ବର୍ତ୍ତମାନ ତାଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ୍ ହସ୍ପିଟାଲରେ ରଖାଯାଇଛି । ସବୁ ଖର୍ଚ୍ଚ ଚାଇଲ୍ଡଲାଇନ୍ ବହନ କରୁଛି ।

ପଢ଼ନ୍ତୁ କଣ ଥିଲା ପୂରା ଘଟଣା:

ଝିଅଟିଏ ବୋଲି ଦେଉଛନ୍ତି ନିର୍ଯାତନା, ରାହା ଖୋଜୁଛି ମେଡିକାଲ୍ ବେଡ୍ ରେ…

Get real time updates directly on you device, subscribe now.