ରାଜ୍ୟରେ ଆଉ ନୂଆ ୪ କରୋନା ଆକ୍ରାନ୍ତ ଟିହ୍ନଟ, ୪୯ରେ ପହଞ୍ଚିଲା ସଂଖ୍ୟା
ରାଜ୍ୟରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୪ ।
ଭୁବନେଶ୍ବର: ଦେଶ ସହିତ ରାଜ୍ୟରେ ବଢ଼ି ଚାଲିଛି କରୋନା ମାମଲା । ବର୍ତ୍ତମାନ ଆଜି ରାଜ୍ୟରେ ଆଉ 4 ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।
ଏନେଇ ସୂଚନା ଦେଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର । ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 49ରେ ପହଞ୍ଚିଛି ।
ତେବେ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡ଼ିଛି । ବର୍ତ୍ତମାନ ରାଜ୍ୟରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୪ ରହିଛି ।
ତେବେ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କଟକରେ 22 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକି ଏକ ପ୍ରକାର ଚିନ୍ତାର ବିଷୟ ଅଟେ ।
ସେମାନଙ୍କ ମଧ୍ୟରୁ କିଛି ରୋଗୀ ସଙ୍ଗରୋଧରେ ରହିଥିବା ବେଳେ ଅନ୍ୟ କିଛି ଜଣ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଭୟଭୀତ ନହୋଇ ସତର୍କ ରହିବା ପାଇଁ କୁହାଯାଇଛି । ଘରେ ରହି ମାସ୍କ ପିନ୍ଧିବା ପାଇଁ କୁହାଯାଇଛି ।